Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି: ଦୁଇଟି ଟ୍ରକ୍‌ ଓଲଟିଲା, ଜଣେ ମୃତ
ଆଜିର ଖବର

କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି: ଦୁଇଟି ଟ୍ରକ୍‌ ଓଲଟିଲା, ଜଣେ ମୃତ

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରମୋଦ କୁମାର ମାହାକୁଡ

କେନ୍ଦୁଝର:  ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନିକଟରେ ଥିବା ବୈତରଣୀ ସେତୁ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ଗତକାଲି ଦୀର୍ଘ ସମୟ ପର୍ଯ୍ୟନ୍ତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଥିଲା । ଏହା ଯୋଗୁଁ ରାସ୍ତା କଡରେ ଶହ ଶହ  ମାଲବାହୀ ଟ୍ରକ ଛିଡା ହେଇଥିବାର ଦେଖିବାକୁ ମିଳିଥିଲା । ବନ୍ୟା ଜଳ ପ୍ରବାହିତ ହେଉଥିବା ସମୟରେ ଯଶିପୁରରୁ କେନ୍ଦୁଝର ଫେରୁଥିବା ଏକ ଟ୍ରକ ବନ୍ୟା ସ୍ରୋତରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ଦ୍ଵାରା ଡ୍ରାଇଭର ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଅପରପକ୍ଷରେ ଢେଙ୍କିକୋଟ ପାଟଣାକୁ ସଂଯୋଗ କରୁଥିବା ରାସ୍ତାର ସ୍ଵାମନାଳ ପୋଲ ଉପରେ ପ୍ରାୟ ୬ ଫୁଟ ପାଣି ପ୍ରବାହିତ ହେବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ବେ ଏକ ଅମାନିଆ ଡ୍ରାଇଭର ଏକ ଧାନ ବୋଝେଇ ମିନି ଟ୍ରକକୁ ନେଇ ପୋଲ ପର ହେବାବେଳେ ମିନି ଟ୍ରକଟି ବନ୍ୟା ସ୍ରୋତରେ ଭାସି ଯିବାରୁ, ସ୍ଥାନୀୟ ଲୋକ ମାନେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଅନ୍ୟ ଏକ ଘଟଣାରେ ଅନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଜଞ୍ଜଳି ନିକଟରେ ଥିବା ଏକ ନାଳରେ ବନ୍ୟା ଜଳ ଆସିବାରୁ ଏକ ଟ୍ରାଭେରା ଗାଡି ନମ୍ବର ଓ ଡି ୦୫ ଏ ୯୮୮୯ ଜଳ ସ୍ରୋତରେ ଭାସିଯିବା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି । ଲଗାଣ ବର୍ଷା ଫଳରେ ଚମ୍ପୁଆରେ ସର୍ବାଧିକ ୨୧୦ ମି. ମି. ବର୍ଷା ଯୋଗୁ ବିଭିନ୍ନ ନଦୀ ଓ ନାଳ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ସାଧାରଣ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି । ଚମ୍ପୁଆ ବ୍ଲକ ଜାମଦଳକ ପଞ୍ଚାୟତ ଅନ୍ତର୍ଗତ ବାଙ୍କନାଳ ଉପରେ ପାଣି ଆସିବାରୁ ଚମ୍ପୁଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା । ଭୂଇଁପୁର ଓ ଜାଲି  ପଞ୍ଚାୟତକୁ ଯୋଗାଯୋଗ କରୁଥିବା ମେମର୍ଦା ନାଳରେ ବନ୍ୟା ଜଳ ଆସିବାରୁ  ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।

ବନ୍ୟା ଜଳ ପ୍ରଭାବରେ ଜିଲ୍ଲାର ବୈତରଣୀ, ମାଛକନ୍ଦଣା, ଅରଡେଇ, କାଳିଞ୍ଜର, ସୀତା , କୁକୁରକଟା, କୁଶେଇ, ରେମାଳ, କାରୋ, ସମେତ ଜିଲ୍ଲାର ଛୋଟବଡ ନଦୀରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026

ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ

June 13, 2026
Latest News

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026

ଘରଭଡ଼ା ନିୟମରେ ବଡ଼ ପରିବର୍ତ୍ତନ, ଆସୁଛି ନୂଆ ଆଇନ

June 13, 2026

DG ପଦବୀ ପାଇଁ ୩୩ IPS ମନୋନୀତ : ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ ସ୍ଥାନ ପାଇଲେ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.