Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି: ଦୁଇଟି ଟ୍ରକ୍‌ ଓଲଟିଲା, ଜଣେ ମୃତ
ଆଜିର ଖବର

କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି: ଦୁଇଟି ଟ୍ରକ୍‌ ଓଲଟିଲା, ଜଣେ ମୃତ

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରମୋଦ କୁମାର ମାହାକୁଡ

କେନ୍ଦୁଝର:  ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନିକଟରେ ଥିବା ବୈତରଣୀ ସେତୁ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ଗତକାଲି ଦୀର୍ଘ ସମୟ ପର୍ଯ୍ୟନ୍ତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଥିଲା । ଏହା ଯୋଗୁଁ ରାସ୍ତା କଡରେ ଶହ ଶହ  ମାଲବାହୀ ଟ୍ରକ ଛିଡା ହେଇଥିବାର ଦେଖିବାକୁ ମିଳିଥିଲା । ବନ୍ୟା ଜଳ ପ୍ରବାହିତ ହେଉଥିବା ସମୟରେ ଯଶିପୁରରୁ କେନ୍ଦୁଝର ଫେରୁଥିବା ଏକ ଟ୍ରକ ବନ୍ୟା ସ୍ରୋତରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ଦ୍ଵାରା ଡ୍ରାଇଭର ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଅପରପକ୍ଷରେ ଢେଙ୍କିକୋଟ ପାଟଣାକୁ ସଂଯୋଗ କରୁଥିବା ରାସ୍ତାର ସ୍ଵାମନାଳ ପୋଲ ଉପରେ ପ୍ରାୟ ୬ ଫୁଟ ପାଣି ପ୍ରବାହିତ ହେବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ବେ ଏକ ଅମାନିଆ ଡ୍ରାଇଭର ଏକ ଧାନ ବୋଝେଇ ମିନି ଟ୍ରକକୁ ନେଇ ପୋଲ ପର ହେବାବେଳେ ମିନି ଟ୍ରକଟି ବନ୍ୟା ସ୍ରୋତରେ ଭାସି ଯିବାରୁ, ସ୍ଥାନୀୟ ଲୋକ ମାନେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଅନ୍ୟ ଏକ ଘଟଣାରେ ଅନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଜଞ୍ଜଳି ନିକଟରେ ଥିବା ଏକ ନାଳରେ ବନ୍ୟା ଜଳ ଆସିବାରୁ ଏକ ଟ୍ରାଭେରା ଗାଡି ନମ୍ବର ଓ ଡି ୦୫ ଏ ୯୮୮୯ ଜଳ ସ୍ରୋତରେ ଭାସିଯିବା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି । ଲଗାଣ ବର୍ଷା ଫଳରେ ଚମ୍ପୁଆରେ ସର୍ବାଧିକ ୨୧୦ ମି. ମି. ବର୍ଷା ଯୋଗୁ ବିଭିନ୍ନ ନଦୀ ଓ ନାଳ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ସାଧାରଣ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି । ଚମ୍ପୁଆ ବ୍ଲକ ଜାମଦଳକ ପଞ୍ଚାୟତ ଅନ୍ତର୍ଗତ ବାଙ୍କନାଳ ଉପରେ ପାଣି ଆସିବାରୁ ଚମ୍ପୁଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା । ଭୂଇଁପୁର ଓ ଜାଲି  ପଞ୍ଚାୟତକୁ ଯୋଗାଯୋଗ କରୁଥିବା ମେମର୍ଦା ନାଳରେ ବନ୍ୟା ଜଳ ଆସିବାରୁ  ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।

ବନ୍ୟା ଜଳ ପ୍ରଭାବରେ ଜିଲ୍ଲାର ବୈତରଣୀ, ମାଛକନ୍ଦଣା, ଅରଡେଇ, କାଳିଞ୍ଜର, ସୀତା , କୁକୁରକଟା, କୁଶେଇ, ରେମାଳ, କାରୋ, ସମେତ ଜିଲ୍ଲାର ଛୋଟବଡ ନଦୀରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026

୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ

November 1, 2026

ଏକତା ନଗରରେ ସିସିଆଇସି ପାଭିଲିୟନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

November 1, 2026
Latest News

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

ଧ୍ରୁବ ରାଠୀଙ୍କ ବିରୋଧରେ ନୂଆ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

November 1, 2026

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026

ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଶୁତୋଷ ଦୀକ୍ଷିତ

November 1, 2026

କପା ଆମଦାନୀ ଶୁଳ୍କ ଛାଡ଼ ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.