Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟାୟ କଲା ଛେଳି : ଛେଳି ପାଇଁ ଲାଗିଥିବା ବିବାଦର ହେଲା ସମାଧାନ
ଆଜିର ଖବର

ନ୍ୟାୟ କଲା ଛେଳି : ଛେଳି ପାଇଁ ଲାଗିଥିବା ବିବାଦର ହେଲା ସମାଧାନ

August 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : ରାଜସ୍ଥାନର ଉଦୟପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ଗ୍ରାମରେ ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା । ଏହି ଘଟଣାରେ ଗ୍ରାମର ସରପଞ୍ଚ ଓ ପୋଲିସ୍‌ ମଧ୍ୟ ଏହାର ସମାଧାନ କରିପାରିନଥିବାବେଳେ ଛେଳିଟି କିନ୍ତୁ  ନିଜର ନ୍ୟାୟ କରିପାରିଛି ।

ଉଦୟପୁର ବଲ୍ଲଭନଗରର ତହସିଲ ଅନ୍ତର୍ଗତ ଖୋରଦା ଥାନାର ଘଟଣା । ଏଠାରେ ଏକ ଛେଳିର ଦୁଇ ମାଲିକ ଆସି ଦୁହେଁ   ଛେଳି ଉପରେ ନିଜ ଦାବି କରିଥିଲେ । ଫଳରେ ଛେଳି କାହାର ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ଛେଳି ନିଜେ ଏହାର ସାମଧାନ କରିଥିବା ଜଣାପଡିଛି ।

ଖୋରଦା ଥାନା ଅନ୍ତର୍ଗତ ଧୋଲାକୋଟ ଗ୍ରାମରେ ରହୁଥିବା ବାବରୁ ରାଓ୍ବତଙ୍କ ବକ୍‌ରୀ ଜଙ୍ଗଲକୁ ଏକ ଛେଳି ଚରିବାକୁ ଯାଇଥିବାେବଳେ ହଜିଯାଇଥିଲା । ବାବରୁ ରାଓଙ୍ବତ ନିଜ ଗ୍ରାମ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ । ନିଜ ଗ୍ରାମଠାରୁ 4 କିମି ଦୂର ମାସିଙ୍ଗାପୁର ଗ୍ରାମର ଡାଙ୍ଗଫେଲାରେ ରହିଥିବାର ସୂଚନା ରହିଛି ।

ବାବରୁ ମାସିଙ୍ଗପୁରା ଗ୍ରାମର ଉଁକାରଲାଲ ରାଓ୍ବତଙ୍କ ଘରେ ପହଞ୍ଚି ଦେଖିଲେ ତାଙ୍କ ଛେଳି ସେଠାରେ ବନ୍ଧା ହୋଇ ରହିଛି । ତେବେ ଓଁକାରଲାଲ୍‌ ଛେଳିକୁ ନିଜ ଛେଳି କହି ବାବରୁଙ୍କୁ ସେଠାରେ ଭଗାଇ ଦେଇଥିଲେ । ଏହା ପରେ ବାବରୁ ଗ୍ରାମ ପଞ୍ଚାୟତର ସହଯୋଗ ନେଇଥିଲେ । କିନ୍ତୁ ସେଠାରେ ତାଙ୍କୁ କିଛି ସଫଳତା ମିଳିନଥିଲା । ଏହାପରେ ବାବରୁ ଛେଳିକୁ ନେଇ ପୋଲିସ୍‌ରେ ମଧ୍ୟ ଏତଲା ଦେଇଥିଲେ । ପୋଲିସ୍‌ ମଧ୍ୟ ବାବରୁ୍‌ ଓ ଓମ୍‌କାରଙ୍କ ଘରେ ରହିଥିବା ବିବାଦୀୟ ଛେଳି ସହ ଛେଳି ଶାବକମାନଙ୍କୁ ଥାନାକୁ ଡାକିଥିଲେ । ଏହା ସହିତ ଦୁଇପକ୍ଷଙ୍କ ଗ୍ରାମବାସୀମାନେ ମଧ୍ୟ ଥାନାରେ ପହଞ୍ଚିଥିଲେ । ଦୁହିଁଙ୍କ ବୁଝାଇବା ପରେ ମଧ୍ୟ ଏନେଇ କୌଣସି ନିଷ୍କର୍ଷ ବାହାରି ନଥିଲା ।

Beacon Hill Children's Farm remembers death of stolen baby goat – Vancouver  Island Free Daily

ଏହାପରେ ପୋଲିସ୍‌, ବାବରୁ ଓ ଓମ୍‌କାରଙ୍କ ଦୁଇ ଛେଳି ଶାବକଙ୍କୁ ଛେଳି ମଧ୍ୟକୁ ଛାଡି ଦେଇଥିଲେ । ଏହାପରେ ବିବାଦୀୟ ଛେଳିଟି ବାବରୁଙ୍କୁ ଘରୁ ଆସିଥିବା ଛେଳି ଶାବକଙ୍କୁ କ୍ଷୀର ପିଆଇଥିଲା । ଏହାପରେ ଓମ୍‌କାରଙ୍କ ଛେଳି ଶାବକଙ୍କୁ ବାହାର କରାଯାଇଥିବାବେଳେ ଛେଳିଟି ନିଜ ନ୍ୟାୟ ନିଜେ କରିଥିବାର ଜଣାପଡିଥିଲା । ପୋଲିସ୍‌ ଛେଳିଟିକୁ ଅସଲ ମାଲିକ ବାବୁର୍‌ ରାଓ୍ବତଙ୍କୁ ପ୍ରଦାନ କରିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025
Latest News

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.