Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟାୟ କଲା ଛେଳି : ଛେଳି ପାଇଁ ଲାଗିଥିବା ବିବାଦର ହେଲା ସମାଧାନ
ଆଜିର ଖବର

ନ୍ୟାୟ କଲା ଛେଳି : ଛେଳି ପାଇଁ ଲାଗିଥିବା ବିବାଦର ହେଲା ସମାଧାନ

August 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : ରାଜସ୍ଥାନର ଉଦୟପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ଗ୍ରାମରେ ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା । ଏହି ଘଟଣାରେ ଗ୍ରାମର ସରପଞ୍ଚ ଓ ପୋଲିସ୍‌ ମଧ୍ୟ ଏହାର ସମାଧାନ କରିପାରିନଥିବାବେଳେ ଛେଳିଟି କିନ୍ତୁ  ନିଜର ନ୍ୟାୟ କରିପାରିଛି ।

ଉଦୟପୁର ବଲ୍ଲଭନଗରର ତହସିଲ ଅନ୍ତର୍ଗତ ଖୋରଦା ଥାନାର ଘଟଣା । ଏଠାରେ ଏକ ଛେଳିର ଦୁଇ ମାଲିକ ଆସି ଦୁହେଁ   ଛେଳି ଉପରେ ନିଜ ଦାବି କରିଥିଲେ । ଫଳରେ ଛେଳି କାହାର ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ଛେଳି ନିଜେ ଏହାର ସାମଧାନ କରିଥିବା ଜଣାପଡିଛି ।

ଖୋରଦା ଥାନା ଅନ୍ତର୍ଗତ ଧୋଲାକୋଟ ଗ୍ରାମରେ ରହୁଥିବା ବାବରୁ ରାଓ୍ବତଙ୍କ ବକ୍‌ରୀ ଜଙ୍ଗଲକୁ ଏକ ଛେଳି ଚରିବାକୁ ଯାଇଥିବାେବଳେ ହଜିଯାଇଥିଲା । ବାବରୁ ରାଓଙ୍ବତ ନିଜ ଗ୍ରାମ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ । ନିଜ ଗ୍ରାମଠାରୁ 4 କିମି ଦୂର ମାସିଙ୍ଗାପୁର ଗ୍ରାମର ଡାଙ୍ଗଫେଲାରେ ରହିଥିବାର ସୂଚନା ରହିଛି ।

ବାବରୁ ମାସିଙ୍ଗପୁରା ଗ୍ରାମର ଉଁକାରଲାଲ ରାଓ୍ବତଙ୍କ ଘରେ ପହଞ୍ଚି ଦେଖିଲେ ତାଙ୍କ ଛେଳି ସେଠାରେ ବନ୍ଧା ହୋଇ ରହିଛି । ତେବେ ଓଁକାରଲାଲ୍‌ ଛେଳିକୁ ନିଜ ଛେଳି କହି ବାବରୁଙ୍କୁ ସେଠାରେ ଭଗାଇ ଦେଇଥିଲେ । ଏହା ପରେ ବାବରୁ ଗ୍ରାମ ପଞ୍ଚାୟତର ସହଯୋଗ ନେଇଥିଲେ । କିନ୍ତୁ ସେଠାରେ ତାଙ୍କୁ କିଛି ସଫଳତା ମିଳିନଥିଲା । ଏହାପରେ ବାବରୁ ଛେଳିକୁ ନେଇ ପୋଲିସ୍‌ରେ ମଧ୍ୟ ଏତଲା ଦେଇଥିଲେ । ପୋଲିସ୍‌ ମଧ୍ୟ ବାବରୁ୍‌ ଓ ଓମ୍‌କାରଙ୍କ ଘରେ ରହିଥିବା ବିବାଦୀୟ ଛେଳି ସହ ଛେଳି ଶାବକମାନଙ୍କୁ ଥାନାକୁ ଡାକିଥିଲେ । ଏହା ସହିତ ଦୁଇପକ୍ଷଙ୍କ ଗ୍ରାମବାସୀମାନେ ମଧ୍ୟ ଥାନାରେ ପହଞ୍ଚିଥିଲେ । ଦୁହିଁଙ୍କ ବୁଝାଇବା ପରେ ମଧ୍ୟ ଏନେଇ କୌଣସି ନିଷ୍କର୍ଷ ବାହାରି ନଥିଲା ।

Beacon Hill Children's Farm remembers death of stolen baby goat – Vancouver  Island Free Daily

ଏହାପରେ ପୋଲିସ୍‌, ବାବରୁ ଓ ଓମ୍‌କାରଙ୍କ ଦୁଇ ଛେଳି ଶାବକଙ୍କୁ ଛେଳି ମଧ୍ୟକୁ ଛାଡି ଦେଇଥିଲେ । ଏହାପରେ ବିବାଦୀୟ ଛେଳିଟି ବାବରୁଙ୍କୁ ଘରୁ ଆସିଥିବା ଛେଳି ଶାବକଙ୍କୁ କ୍ଷୀର ପିଆଇଥିଲା । ଏହାପରେ ଓମ୍‌କାରଙ୍କ ଛେଳି ଶାବକଙ୍କୁ ବାହାର କରାଯାଇଥିବାବେଳେ ଛେଳିଟି ନିଜ ନ୍ୟାୟ ନିଜେ କରିଥିବାର ଜଣାପଡିଥିଲା । ପୋଲିସ୍‌ ଛେଳିଟିକୁ ଅସଲ ମାଲିକ ବାବୁର୍‌ ରାଓ୍ବତଙ୍କୁ ପ୍ରଦାନ କରିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026

ଖେଲୋ ଇଣ୍ଡିଆ ଆଦିବାସୀ ପ୍ରତିଯୋଗିତାରେ ସଫଳତା ପାଇଁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ

March 29, 2026

ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ

March 29, 2026
Latest News

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026

ଖେଲୋ ଇଣ୍ଡିଆ ଆଦିବାସୀ ପ୍ରତିଯୋଗିତାରେ ସଫଳତା ପାଇଁ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ

March 29, 2026

ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ

March 29, 2026

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.