Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ବ୍ଲକରେ ବନ୍ୟା ପରିସ୍ଥିତି ଜଟିଳ: ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ
ଆଜିର ଖବର

ଖୋର୍ଦ୍ଧା ବ୍ଲକରେ ବନ୍ୟା ପରିସ୍ଥିତି ଜଟିଳ: ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

August 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ବ୍ଲକରେ ବନ୍ୟାଞ୍ଚଳ ପରିଦର୍ଶନକରିଛନ୍ତି। ଲଘୁଚାପ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ମହାନଦୀ ବନ୍ୟାପାଣି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତର ୧୦ଖଣ୍ଡ ଗାଁରେ ବନ୍ୟା ଜଳ ପ୍ରବାହିତ ହେଵାରୁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଓରବରସିଂହ ଗ୍ରାମପଞ୍ଚାୟତର ଡିହଖଳା, ଓରବରସିଂହ, ଦୁର୍ଗାପୁର, ହିରିମୂଳ ସଂପୂର୍ଣ୍ଣ ବାହ୍ୟଜଗତରୁ ବିଛିନ୍ନ। ବନ୍ୟାଘେରରେ ଥିବା ଗାଁକୁ ବୁଲି ଲୋକମାନଙ୍କ ସହିତ ଆଲୋଚନା କଲେ ଖୋର୍ଦ୍ଧା ଜିଲ୍ଲାପାଳ।

ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଖୋର୍ଦ୍ଧା ବ୍ଲକର ଓରବରସିଂହ, ଡିହଖଳା, କୃଷ୍ଣପୁର, ଲେଖନପୁର ଓ ନରଣଗଡ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଛି।ବନ୍ୟା ପାଣି ମାଡିଆସିବାରୁ ଓରବରସିଂହ ଗ୍ରାମପଞ୍ଚାୟତର ୫ଖଣ୍ଡ ଗ୍ରାମ ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଉକ୍ତ ରାସ୍ତାରେ ଏବଂ ଗାଁ ଦାଣ୍ଡରେ ତିନି ଚାରି ଫୁଟ ପାଣି ଚାଲିଛି। ବନ୍ୟା ପାଣି ପଶି ଧାନଫସଲ ନଷ୍ଟ କରିଦେଇଛି ଫସଲ କ୍ଷୟ କ୍ଷତି ଆକଳନ କରିବାପାଇଁ ପ୍ରଶାସନ ପକ୍ଷରୁ କେହି ଚାଷୀଙ୍କ ପାଖରେ ପହଞ୍ଚି ନାହାନ୍ତି ଫଳରେ ଚାଷୀଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି ଏବଂ ଆଠଦଶଦିନ ହେବ ଲୋକମାନେ ଏବଂ ଗାଈ ଗୋରୁମାନେ ଭୋକ ଉପାସରେ ପଡିଥିବାରୁ ଏ ପର୍ଯ୍ୟନ୍ତ ରିଲିଫ ପହଞ୍ଚି ନଥିବାରୁ ଲୋକଙ୍କ ମନରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଓରବରସିଂହ ଗ୍ରାମପଞ୍ଚାୟତ ହିରିମୂଳ ଗ୍ରାମକୁ ରିଲିଫ ଡଙ୍ଗାରେ ଯାଇ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନ୍ତାନ୍ତରିତ କରିବା ପାଇଁ ପରାମର୍ଶ ଦେଇ ସେଠାରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବାକୁ କହିଛନ୍ତି ଏବଂ ପାଣି ଛାଡିଗଲା ପରେ ସେମାନେ ନିଜ ଘରକୁ ଫେରି ଆସିବେ ବୋଲି କହିଛନ୍ତି ଜିଲ୍ଲାପାଳ।

ଖୋର୍ଦ୍ଧା ବ୍ଲକ ଜିଲ୍ଲାପାଳ ପ୍ରବଳ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.