Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ଧୋୟାଞ୍ଚଳରୁ ନିଷ୍କାସନ ହୋଇପାରୁନି ବର୍ଷାପାଣି, ବୁଡି ରହିଥିବା ଚାଷଜମିକୁ ଦେଖିଲେ ଜଳସମ୍ପଦ ମନ୍ତ୍ରୀ
ଆଜିର ଖବର

ତିର୍ତ୍ତୋଲ ଧୋୟାଞ୍ଚଳରୁ ନିଷ୍କାସନ ହୋଇପାରୁନି ବର୍ଷାପାଣି, ବୁଡି ରହିଥିବା ଚାଷଜମିକୁ ଦେଖିଲେ ଜଳସମ୍ପଦ ମନ୍ତ୍ରୀ

August 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ, ସାମନ୍ତରାପୁର ଗ୍ରାମ ପଞ୍ଚାୟତ ସିରସ୍ତା ଅଞ୍ଚଳର ଜଳମଗ୍ନ ଅଞ୍ଚଳ,କୋଲର ପଞ୍ଚାୟତର ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ। କୋଲର ପଞ୍ଚାୟତର ନାଗପୁରା ଗହୀର,ପାଟକୁରା ଗହୀର, ଜୟପୁର ଗହୀର ଓ କୋଲର ଗହୀରର ଶହଶହ ଏକର ଚାଷଜମି ୭ ଦିନ ହେବ ଜଳମଗ୍ନ ହୋଇ ରହିଥିଲେ ମଧ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି।

ସୂଚନାନୁଯାୟୀ କୋଲର ପଞ୍ଚାୟତର ଉକ୍ତ ଚାଷଜମି ଗୁଡିକରୁ ଜଳ ନିଷ୍କାସନ ନିମନ୍ତେ ପ୍ରାୟ ଦୁଇବର୍ଷ ପୂର୍ବରୁ କଳାପାରିଛନ୍ଦା ନିକଟରେ ଏକ ସୁଇଚ୍ ଗେଟ୍ ନିର୍ମାଣ ସମ୍ପୂର୍ଣ୍ଣ ହେବା ସହିତ କେନାଲ ମଧ୍ୟ ଖୋଳା ସରିଛି ହେଲେ ସୁଇଚଗେଟରୁ ପାଖାପାଖି ୭୦ମିଟର ଦୂରତା ଯାଏ କେନାଲ୍ ସଂଯୋଗ ହୋଇପାରି ନଥିବାରୁ ଶହଶହ ଏକର ଚାଷଜମିରୁ ଆଜି ଜଳ ନିଷ୍କାସନ ହୋଇପାରୁନାହିଁ ଯାହାଫଳରେ ଆଜି କୋଲର ଓ ପୋରଗଦେଇ ଏହି ଦୁଇ ପଞ୍ଚାୟତର ପାଖାପାଖି ୩୩ଟି ରାଜସ୍ୱ ଗ୍ରାମର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଚାଷ ଉଜୁଡ଼ି ଯାଉଛି ବୋଲି ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ସାମନ୍ତରାପୁର, ଆମ୍ବିରି, ଶଙ୍ଖେଶ୍ୱର ଆଦି ଧୋୟା ଅଞ୍ଚଳ ଗୁଡିକୁ ମନ୍ତ୍ରୀ ଶ୍ରୀ ଦାସ ବୁଲି ଦେଖିବା ସହିତ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀଙ୍କ ସହ କ୍ଷୟକ୍ଷତି ଆକଳନ କରିଥିଲେ।

କୋଲର ପଞ୍ଚାୟତ ପାଇକାସେତୁ ଠାରେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜଳସମ୍ପଦ ବିଭାଗର ଅଧିକାରୀ ମାନଙ୍କ ସହ ଜଳମଗ୍ନ ଅଞ୍ଚଳ ସମ୍ପର୍କରେ ଆଲୋଚନା କରି କ୍ଷୟକ୍ଷତି ବାବଦରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସଙ୍କ ସହ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ, ବିଡିଓ, ତହସିଲଦାର ପ୍ରମୁଖ ବନ୍ୟାଞ୍ଚଳ ଗ୍ରସ୍ତ କରି ଲୋକମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀ ରଘୁନନ୍ଦନ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026

ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ: ୪ ଗୁରୁତର

February 8, 2026

ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

February 8, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.