ଆଗ୍ରାରେ ୫୬ ଟି ନୂଆ କରୋନା ଆକ୍ରାନ୍ତ ସହିତ ତାଜ ସହରରେ ବାଜିଲା ଆଲାର୍ମ ଘଣ୍ଟି

Published: Aug 30, 2020, 10:12 am IST

ଆଗ୍ରା, ଗତ ୨୪ ଘଣ୍ଟା ମଧ୍ୟରେ ଆଗ୍ରାରେ କୋଭିଡ୍ -୧୯ ର ୫୬ ଟି ନୂଆ ମାମଲା ଆସିଛି। ସେଠାରେ ୫୫ ଘଣ୍ଟିଆ ୱିକେଣ୍ଡ୍ ଲକଡାଉନ୍ ଜାରି ରହିଥିଲେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହି ପ୍ରସିଦ୍ଧ ସହରର ପାଇଁ ଏହା ଏକ ବିପଦପୂର୍ଣ୍ଣ ବୋଲି କୁହାଯାଉଛି।

ମାମଲାଗୁଡ଼ିକର ବୃଦ୍ଧି ଯୋଗୁଁ ଆସନ୍ତା ସୋମବାର ସକାଳେ ଶେଷ ହେବାକୁ ଥିବା ୱିକେଣ୍ଡ ଲକଡାଉନକୁ ଜିଲ୍ଲା ପ୍ରଶାସନ କଡାକଡି ଭାବେ କାର‌୍ୟ୍ୟକାରୀ କରୁଛନ୍ତି। ଅଧିକାରୀମାନେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ବିନା କାମରେ ବାହାରକୁ ନ ଯାଆନ୍ତୁ ଏବଂ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଦିଗରେ ନିର୍ଦ୍ଦେଶାବଳି ପାଳନ କରନ୍ତୁ।

ଯେଉଁମାନେ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଛନ୍ତି ସେମାନଙ୍କୁ ଜୋରିମାନା କରାଯିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ପି ଏନ ସିଂ ଚେତାବନୀ ଦେଇଛନ୍ତି। ସରକାରୀ କାର‌୍ୟ୍ୟାଳୟ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାମ ସମୟ ଏବଂ କର୍ମଚାରୀ ହ୍ରାସ ପାଇଁ ସୁପାରିଶ କରିଛି।

ଏହି ସମୟରେ, ସେପ୍ଟେମ୍ବର ୧୫ ରୁ ତାଜମହଲ ଏବଂ ଆଗ୍ରା ଦୁର୍ଗ ଖୋଲିବାକୁ ଜିଲ୍ଲା କର୍ତ୍ତୃପକ୍ଷ ଅନୁମତି ଦେବେ ବୋଲି ସୂଚନା ମିଳିଛି କାରଣ ସେପ୍ଟେମ୍ବର ୧ ରୁ ଅନଲକ୍ ୪ ପାଇଁ ନୂତନ ନିର୍ଦ୍ଦେଶାବଳୀ କାଯ୍ୟକାରୀ ହେବ।

ଆଗ୍ରା ଜିଲ୍ଲାର କୋଭିଡ -୧୯ ମୋଟ ଆକ୍ରାନ୍ତ ସଂଖ୍ୟା ହେଉଛି ୨୭୭୨ ଏବଂ ୧୦୭ ଜଣଙ୍କର ମୃତ୍ୟୁ। ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ହେଉଛି ୩୬୩, ଏପର‌୍ୟ୍ୟନ୍ତ ୧,୧୨,୭୧୩ ନମୁନା ସଂଗ୍ରହ କରାଯାଇଛି, ଆରୋଗ୍ୟ ହାର ହେଉଛି ୮୩.୦୪ ପ୍ରତିଶତ।

Related posts