ପରଲୋକରେ ପ୍ରଣବ : 84 ବର୍ଷ ବୟସରେ ଶେଷନିଃଶ୍ବାସ ତ୍ୟାଗ କଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

Published: Aug 31, 2020, 6:03 pm IST

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି । ଏନେଇ ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ଅଭିଜିତ୍‌ ମୁଖାର୍ଜୀ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ ପ୍ରଣବ ମୁଖାର୍ଜୀ । 84 ବର୍ଷ ବୟସରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ।

ଅଗଷ୍ଟ 10 ତାରିଖରେ ପ୍ରଣବ ମୁଖାର୍ଜୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ବ୍ରେନ୍‌ ସର୍ଜରୀ ଓ ଫୁସ୍‌ଫୁସ୍‌ ସଂକ୍ରମଣଓ କରୋନାରେ ମଧ୍ୟ ପୀଡ଼ିତ ଥିଲେ ପ୍ରଣବ ମୁଖାର୍ଜୀ ।

2012ରୁ 2017ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ ପ୍ରଣବ ମୁଖାର୍ଜୀ । ଭାରତୀୟ ରାଜନୀତିରେ ପାଞ୍ଚ ଦଶନ୍ଧି ଧରି ସକ୍ରିୟ ରହିଥିଲେ ପ୍ରଣବ ମୁଖାର୍ଜୀ ।1969ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଜନୀତିକୁ ଆସିଥିଲେ ପ୍ରଣବ ମୁଖାର୍ଜୀ ।  କଂଗ୍ରେସର ବରିଷ୍ଠ ନେତା ଥିଲେ ପ୍ରଣବ ମୁଖାର୍ଜୀ । ସେ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ଭାଳି ଥିଲେ ପ୍ରଣବ । ଏକାଧିକବାର ସେ ଅର୍ଥମନ୍ତ୍ରୀ ଦାୟିତ୍ବ ରହିଥିଲେ ।

ଭାରତ ରତ୍ନ, ପଦ୍ମବିଭୂଷଣ ଆଦି ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଣବ ମୁଖାର୍ଜୀ 1935ମସିହା ଡିସେମ୍ବର 11 ତାରିଖରେ ଜନ୍ମଲାଭ କରିଥିଲେ ।

Related posts