SSB recruitment 2020 : କନେଷ୍ଟବଳ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

Published: Sep 1, 2020, 11:43 am IST

ନୂଆଦିଲ୍ଲୀ : ସଶସ୍ତ୍ର ସୀମା ବଳ ତରଫରୁ କନେଷ୍ଟବଳ ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି। ପ୍ରାୟ 1500ରୁ ଉର୍ଦ୍ଧ୍ବ ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଉଛି । ଭାରତ ମଧ୍ୟରେ ନିଯୁକ୍ତି ପାଇବାର ସୁଯୋଗ ରହିଥିବାବେଳେ ଆକର୍ଷଣୀୟ ଦରମା ମଧ୍ୟ ରହିଛି ।

ପଦବୀର ନାମ : କନଷ୍ଟେବଳ

ପଦବୀ ସଂଖ୍ୟା :1522

ମାସିକ ଦରମା : 21,700ରୁ 69 ହଜାର 100/- ରହିଛି ।

ଭାରତ ମଧ୍ୟରେ ନିଯୁକ୍ତି ପାଇବାର ସୁବର୍ଣ୍ଣ ସୁଯୋଗ

ଆବେଦନ ଶୁଳ୍କ :

ସାଧାରଣ ବର୍ଗ (ଅନରିଜର୍ଭଡ), ଆର୍ଥିକ କ୍ଷେତ୍ରର ଅନଗ୍ରସର ବର୍ଗ (ଇଡବ୍ଲ୍ୟୁଏସ୍‌) ଓ ଓବିସି କ୍ୟାଟେଗୋରୀ ପାଇଁ 100ଟଙ୍କା ଆବେଦନ ଫି ରହିଛି । ଯାହା ଫେରସ୍ତ ଦିଆଯିବ ନାହିଁ । ସେହିପିର ଏହି ଆବେଦନ ଫି’କୁ ନେଟ୍‌ବ୍ୟାକିଂ/.  କ୍ରେଡିଟ୍‌ କାର୍ଡ, ଡେବିଟ୍‌କାର୍ଡ/ ଚାଲାଣ ଦ୍ବାରା ଡିପୋଜିଟ୍‌ କରିପାରିବେ । ସେହିପରି ଏସି (ଅନୁସୂଚିତ ଜାତି) ଏସ୍‌ଟି (ଅନୁସୂଚିତ ଜନଜାତି) ଏକ୍ସ – ସର୍ଭିସ୍‌ମ୍ୟାନ ଓ ମହିଳା ପ୍ରାର୍ଥୀଙ୍କ ଠାରୁ କୌଣସି ପ୍ରକାରର ଆବେଦନ ଫି’ ଗ୍ରହଣ କରାଯିବ ନାହିଁ ।

ଅଗଷ୍ଟ 29,2020ରୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇଛି ।ଏହି ପଦବୀର ଆଡାଭଟାଇଜ୍‌ ନମ୍ବର  338/RC/SSB/COMBINED ADVT./CTS/2020

ଆବେଦନ ପ୍ରକ୍ରିୟା :

ଏହି ପଦ ଗୁଡିକ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀମାନଙ୍କୁ http://www.ssbrectt.gov.in/ ଏହି ଲିଙ୍କ୍‌ରେ ଆବେଦନ କରିବାକୁ ପଡିବ ।

ଠିକଣା : ମିନିଷ୍ଟ୍ରି ଅଫ୍‌ ହୋମ୍‌ ଅଫାୟାର୍ସ, ଡାଇେରକ୍ଟର ଜେନେରାଲ୍‌ ଅଫିସ୍‌, ସଶସ୍ତ୍ର ସୀମା ବଳ, ନୂଆଦିଲ୍ଲୀ -66

ଚୟନ ପ୍ରକ୍ରିୟା :

ଆଶାୟୀମାନଙ୍କର ଚୟନ ଲିଖିତ ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ ।

Related posts