ଭାରତର ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ରାଜୀବ କୁମାର

Published: Sep 1, 2020, 2:09 pm IST

ନୂଆଦିଲ୍ଲୀ: ଭାରତର ନୂଆ ନିର୍ବାଚନ କମିଶନର ଭାବେ ମଙ୍ଗଳବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜୀବ କୁମାର । ସେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋଡା ଏବଂ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରାଙ୍କ ସହିତ ଭାରତ ନିର୍ବାଚନ କମିଶନର ସଦସ୍ୟ ଭାବେ ସାମିଲ ହୋଇଛନ୍ତି।1948 ଝାଡଖଣ୍ଡ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ହେଉଛନ୍ତି ରାଜୀବ କୁମାର । ଅଶୋକ ଲାଭସା ନିର୍ବାଚନ କମିଶନର ପଦବୀରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜୀବ କୁମାରଙ୍କୁ ଦାୟିତ୍ବ ମିଳିଛି ।

Related posts