ଉଦଜାପନ ହେଲା ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦୁଇମାସ ବ୍ୟାପି ଚାତୁର୍ମାସ ବ୍ରତ, ଜାଣନ୍ତୁ କଣ ଏହି ବ୍ରତ

Published: Sep 1, 2020, 10:45 pm IST

ପୁରୀ, ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦୁଇମାସ ଧରି ଚାଲିଥିବା ଚାତୁର୍ମାସ ବ୍ରତ ଉଦଜାପିତ ହୋଇଛି। ଏହି ବ୍ରତ ଆଷାଢ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଭାଦ୍ରବ ପୂର୍ଣ୍ଣିମା ପର୍ଯ୍ୟନ୍ତ କରାଯାଇଥାଏ। ଏହି ସମୟରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ଅନ୍ୟ ସାଧୁସନ୍ଥଙ୍କ ସହିତ ମଠ ଭିତରେ ରହିବା ବାଧ୍ୟ ହୋଇଥାଏ। ଏହି ବ୍ରତରେ କେହି ମଠ ସୀମା ପାର ହୋଇ ଯାଇପାରିବେ ନାହିଁ। ମଠ ଭିତରେ ଦିନ ତମାମ ଭକ୍ତି ପୂଜା ଅର୍ଚ୍ଚନା ସହିତ ପୁରାଣ ପାଠ କରାଯାଇଥାଏ।

ସେହି ଅନୁସାରେ ପୀଠରେ ପ୍ରତିଦିନ ସକାଳ 10 ଟାରୁ 12 ଟା ପର୍ଯ୍ୟନ୍ତ ବୃହଦାରଣ୍ୟକୋପନିଷଦ ପାଠ , ଅପରାହ୍ନ 5 ଟାରୁ 6 ଟା 30 ପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତ ପ୍ରବଚନ, ରାତ୍ର 8 ଟାରୁ 9 ଟା ପର୍ଯ୍ୟନ୍ତ ବ୍ରହ୍ମସୁତ୍ର ଶଙ୍କରଭାସ୍ୟ ଟୀକା ପାଠ କରାଯାଉଥିଲା। ଏହି ବ୍ରତ ଉଦଜାପନ ପରେ ଶଙ୍କରାଚାର୍ଯ୍ୟ ମଠ ସୀମା ପାର ହେବାର ବିଧି ରହିଛି। ଫଳରେ ବ୍ରତ ପରେ ଜଗଦଗୁରୁ  ବାଟ ମଙ୍ଗଳା ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଆଳତି କରିବା ପରେ ଶ୍ରୀମନ୍ଦିର ଯାଇ ପତିତପାବନଙ୍କୁ ଦର୍ଶନ କରିଥିଲେ। ସଂଧ୍ୟାରେ ସ୍ବର୍ଗଦ୍ବାର ନିକଟସ୍ଥ ଆଳତି ମଣ୍ଡପରେ ସମୁଦ୍ର ଆଳତି କରିଥିଲେ।

Related posts