
ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଖୋଜ ଥିବା ଜଣେ ୯ ବର୍ଷିୟା ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନା ଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ୮ ଟା ସମୟରେ ସମାନ ବୟସର ଦୁଇ ଜଣ ଝିଅ କିଛି ସାମନା କିଣିବାକୁ ଦୋକାନକୁ ଯାଇଥିଲେ। କିନ୍ତୁ ସାମାନ କିଣିବା ପରେ ପୀଡ଼ିତା ଘରକୁ ଏକାକୀ ଫେରିଥିଲେ। ରାତ୍ରି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଝିଅଟି ଘରକୁ ଫେରିନଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଝିଅର ସନ୍ଧାନ ନ ମିଳିବାରୁ ନିଖୋଜ ଥିବା ନେଇ ଥାନାରେ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇଥିଲା।
ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ମଙ୍ଗଳବାର ଦିନ ମଥୁରାର ଦେହରୁଆ ଗ୍ରାମ ବାହାରୁ ଝିଅଟିର ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଝିଅଟିର ବ୍ୟକ୍ତିଗତ ଅଙ୍ଗରୁ ରକ୍ତ ଜମାଟ ବାନ୍ଧି ଥିବାର ଦେଖିବାକୁ ମିଳିଥିଲା। ଆଇପିସିର ଧାରା ୩୬୩ (ଅପହରଣ) ଅଧୀନରେ ପୋଲିସ ଏକ ଏତଲା ପଞ୍ଜୀକୃତ କରି ଆଇପିସିର ୩୦୨ (ହତ୍ୟା), ୩୭୬ (ଦୁଷ୍କର୍ମ) ଏବଂ ପୋସ୍କୋ ଆକ୍ଟ ସହିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।
ପୋଲିସର ପଚରାଉଚରା ପରେ ପୀଡିତାଙ୍କୁ ଦୋକାନକୁ ନେଇ ଆସିଥିବା ଝିଅଟି ମଙ୍ଗଳବାର ଦିନ ପ୍ରକାଶ କରିଛି ଯେ ତାଙ୍କ ମାମୁଁ ବନୱାରୀ (୩୮) ଉଭୟଙ୍କୁ ତାଙ୍କ ବାଇକ୍ ରେ ନେଇଥିଲେ। ସେ ତାଙ୍କୁ ତାଙ୍କ ଘରକୁ ଛାଡି ଦେଇଥିବା ବେଳେ ପୀଡିତାଙ୍କୁ ସାଙ୍ଗରେ ନେଇଥିଲେ।