ପ୍ରତ୍ୟେକ ବର୍ଷ ଏଠାରେ ଘର ତିଆରି କରନ୍ତି, ପୁଣି ନିଜ ହାତରେ ଘରକୁ ଭାଙ୍ଗନ୍ତି, ଜାଣନ୍ତୁ କାରଣ କ’ଣ

Published: Sep 2, 2020, 1:12 pm IST

ହରଦୋଇ : ଏଠାରେ ଏପରି ଏକ ଅଞ୍ଚଳ ଯେଉଁଠାରେ ଲୋକ ପ୍ରତ୍ୟେକ ବର୍ଷ ଘର ନିର୍ମାଣ କରନ୍ତି ଓ ପୁଣି ତାଙ୍କୁ ନିଜ ହାତରେ ଭାଙ୍ଗି ଦିଅନ୍ତି । ତେବେ ନିଜ ଘରକୁ ତୋଳିବା ସହିତ ସେହି ଘରକୁ ଭାଙ୍ଗିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଞ୍ଚଳଟି ବନ୍ୟା ପ୍ରଭାବିତ ଅଞ୍ଚଳ । ଗଙ୍ଗା ନଦୀ  ନିକଟରେ ବସତି ସ୍ଥାପନ କରିଥିବା ଏହି ଲୋକମାନେ ଘର ନିର୍ମାଣ କରି ରୁହନ୍ତି କିନ୍ତୁ ବନ୍ୟା ଆସିଲେ ହାତୁଡି ସାହାଯ୍ୟରେ ଘରକୁ ଭାଙ୍ଗି ଦେଇ ଅନ୍ୟ ଜାଗାରେ ବସତି ସ୍ଥାପନ କରନ୍ତି ।

ବିଲଗ୍ରାମ କୋଲଓ୍ବାଲୀ ଅ୍ରଞ୍ଚଳର କଟରୀ ବିଚୋହିଆ ସହିତ ମକ୍କୁପୁରବା ଚିରଞ୍ଜିପୁରବା ଗ୍ରାମରେ କିଛି ଲୋକେ ଏଠାରେ ପ୍ରତ୍ୟେକ ବର୍ଷ ଘର ନିର୍ମାଣ କରନ୍ତି, କିନ୍ତୁ ଏପରି ଏକ ସମୟ ଆସେ, ଯେଉଁ ସମୟରେ ସେମାନେ ସେମାନଙ୍କ ନିଜ ବାସଭବନକୁ ନିଜ ହାତରେ ଭାଙ୍ଗି ଦେଇ ଆଉ ଅନ୍ୟ ଜାଗାରେ ବସତି ସ୍ଥାପନ କରନ୍ତି ।

ଏଠାରେ ଗଙ୍ଗାନଦୀରେ ପ୍ରବଳ ବନ୍ୟା ଆସିବା କାରଣରୁ ସବୁଆଡେ ପାଣି ଜମିଯାଏ। ଏଥିପାଇଁ ଏଠାକାର ଲୋକେ ଘର ଭାଙ୍ଗି ଅନ୍ୟତ୍ର ପଳାଇଯା’ନ୍ତି । ଏହି ଗ୍ରାମ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 65 କିଲୋମିଟର ଦୂର ବିଲଗ୍ରାମରୁ ପ୍ରାୟ 10 କିମି ଦୂର ଗଙ୍ଗା ନଦୀ ତଟରେ ସ୍ଥିତ । ଏଠାରେ ନିବାସୀମାନେ ରାସ୍ତା ଓ ଗଙ୍ଗା ନଦୀର କୂଳରେ ବାସ କରନ୍ତି । ବନ୍ୟା ଯୋଗୁଁ ଏଠାରେ ରାସ୍ତା ଘାଟ ବୁଡିଯିବା ପରେ ଅନ୍ୟତ୍ର ନିଜ ଆଶ୍ରୟସ୍ଥଳ ନିର୍ମାଣ କରିଥା’ନ୍ତି ।

VILLAGE

ତେବେ ପ୍ରତ୍ୟେକ ଥର ପ୍ରଶାସନ ବନ୍ୟା ଓ କ୍ଷୟରୁ ରକ୍ଷା ପାଇଁ ବ୍ୟବସ୍ଥା କରିଥାନ୍ତି । କିନ୍ତୁ ଏଠାରେ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା ନ ପହଞ୍ଚୁଥିବାରୁ ଏଠାକାର ନିବାସୀମାନେ ଏପରି ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । ତେବେ ଏଠାକାର ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏଠାରେ ଅବୈଧ ଖନନ କାରଣରୁ ପ୍ରତ୍ୟେକ ଥର ଗଙ୍ଗା ନଦୀର ବନ୍ୟାରେ ନିଜର ରାସ୍ତା ବଦଳାଇଦେଇଥାଏ । ଯେଉଥିପାଇଁ ପ୍ରତ୍ୟେକ ଥର ବନ୍ୟାରେ ସେମାନଙ୍କୁ ହଇରାଣ ହେବାକୁ ପଡୁଛି । ଯଦି ଖନନ ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଆଯାନ୍ତା କି ଗଙ୍ଗା କୂଳରେ ପଥର ବନ୍ଧା ଯା‘ନ୍ତା ତେବେ ଏଠାରେ ଏପରି ସ୍ଥିତି ହୁଅନ୍ତା ନାହିଁ ବୋଲି ସ୍ଥାନୀୟ ବାସୀ କହିଛନ୍ତି । (ଏଜେନ୍ସି)

Related posts