Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କଲା ସହାୟତା ଫାଉଣ୍ଡେସନ: ଗରିବ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷା
ଆଜିର ଖବର

ବାଣପୁର କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କଲା ସହାୟତା ଫାଉଣ୍ଡେସନ: ଗରିବ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷା

September 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ସାରା ବିଶ୍ୱ ଏବେ କରୋନା ମହାମାରୀ ର କବଳରେ । ତଥାପି ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର ବର୍ତ୍ତମାନ ଅନଲକ ପ୍ରକ୍ରିୟା ଜାରି ରଖିଛନ୍ତି। ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ ବହୁ କରୋନା ଯୋଦ୍ଧାମାନେ ନିଜର ଦିନ ରାତି ଏକ କରିଦେଇଥିବା ସ୍ଥଳେ ଅନେକ ଯୋଦ୍ଧା କରୋନାରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। କରୋନା ଯୋଦ୍ଧାମାନଙ୍କ ମନୋବଳ ବଢେଇବା ଉଦେଶ୍ୟରେ ପୂର୍ବରୁ ବହୁ ସାମାଜିକ ଅନୁଷ୍ଠାନମାନ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଆସିଛନ୍ତି। କିନ୍ତୁ ଆଜି ବାଣପୁର ସହରରେ କାର୍ଯ୍ୟରତ ଏନ.ଏ.ସିର ସମସ୍ତ ଅଙ୍ଗନବାଡି କର୍ମୀମାନେ ଯେଉଁମାନେ କି ବିଗତ ଛଅ ମାସ ହେବ ଏନ.ଏ.ସି ରେ ନିସ୍ଵାର୍ଥପର ଭାବେ କୋଭିଡ ଦାୟିତ୍ୱ ତୁଲାଉଛନ୍ତି ସେମାନଙ୍କୁ ଏବଂ ସେମାନଙ୍କ ମାର୍ଗଦର୍ଶକ ତଥା ବାଣପୁର ଏନ.ଏ.ସି  କୋଭିଡ କଣ୍ଟ୍ରୋଲ ହେଡ଼ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲଙ୍କୁ  ବାଣପୁର ଏନ.ଏ.ସି ର ସଭାଗୃହ ମଧ୍ୟରେ ଓଡିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସହାୟତା ଫାଉଣ୍ଡେସନ ‘ ତରଫରୁ ମାନପତ୍ର ଦେଇ କରୋନା ଯୋଦ୍ଧା ରୂପେ ସମ୍ମାନିତ କରାଯାଇଥିଲା।

ଏହାପରେ ସମସ୍ତଙ୍କୁ ଉପହାର ସ୍ୱରୂପ ମାସ୍କ, ସାନିଟାଇଜର, ଫେସ ସୀଲଡ଼ ଏବଂ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସହାୟତା ଫାଉଣ୍ଡେସନ ର ରାଜ୍ୟ ସଭାପତି ତଥା ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ବାଣପୁର ର ନିର୍ଦେଶକ ଡ଼ଃ ଶକ୍ତି ପ୍ରସାଦ ମହାନ୍ତି । ଶ୍ରୀ ମହାନ୍ତି ପ୍ରଥମେ କୋଭିଡ ସମୟରେ ବାଣପୁର ଏନ.ଏ.ସି ରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଠୋର ପରିଶ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ପରିଶ୍ରମ ଲାଗି ଆଜି ଧୀରେ ଧୀରେ ସହରରେ କରୋନା ସଂକ୍ରମଣ ଆୟତ୍ତ ହେଉଛି ବୋଲି ମତ ପ୍ରକାଶ କରିଥିଲେ ।

ତତସହିତ ସହାୟତା ଫାଉଣ୍ଡେସନର ଆଗାମୀ କାର୍ଯ୍ୟକଳାପ ଏବଂ  ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ସମାଜରେ ଯଦି କୌଣସି ଗରିବ ଛାତ୍ରଛାତ୍ରୀ ମାନେ ଅର୍ଥାଭାବରୁ  ପାଠ ପଢିବାରୁ ବଞ୍ଚିତ ହୁଅନ୍ତି ତାହାଲେ ତୁରନ୍ତ ଏହି ଫାଉଣ୍ଡେସନ କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ମହାନ୍ତି। ସେହି ଛାତ୍ରଛାତ୍ରୀ ମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନରବ୍ୟବସ୍ଥା କରେଇଦେବ ଏହି ଅନୁଷ୍ଠାନ । ଯଦି ସେମାନେ ଜାଭିଅର ସ୍କୁଲ କିମ୍ବା ଅନ୍ୟ ସରକାରୀ ବିଦ୍ୟାଳୟରେ ପଢିବାକୁ ଚାହିଁବେ ତାହାଲେ ଏହି ଅନୁଷ୍ଠାନ ସମ୍ପୂର୍ଣ ନିଃଶୁଳ୍କ ବ୍ୟବସ୍ଥା ମଧ୍ୟ କରିବ । ଏହାଛଡା ଯଦି କୌଣସି ବ୍ୟକ୍ତିଙ୍କ କୃତିମ ଅଙ୍ଗ ପ୍ରତିରୋପଣ ଦରକାର ପଡେ ତାହାଲେ ମଧ୍ୟ ସେ ସମ୍ପୃକ୍ତ ଅନୁଷ୍ଠାନକୁ ଯୋଗାଯୋଗ କରିପାରିବେ ।

ଆଗାମୀ ଦିନରେ ସହାୟତା ଫାଉଣ୍ଡେସନ ତରଫରୁ ବାଣପୁର ଏନ.ଏ.ସି ର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଶୋଧନ କରାଯିବା ସହ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ସେଣ୍ଟ ଜାଭିଅର ଉଚ୍ଚ ବିଦ୍ୟାଳୟ ର ଏକାଡେ଼ମିକ ଇନଚାର୍ଜ ଶ୍ରୀ ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଥିଲେ ।  ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବାରେ ସହଯୋଗ  କରିଥିଲେ ସେଣ୍ଟ ଜାଭିଅର ଉଚ୍ଚ ବିଦ୍ୟାଳୟର ଚିତ୍ରାଙ୍କନ ଶିକ୍ଷକ ଭବାନୀ ଶଙ୍କର ସୂପକାର ଏବଂ ବିଜ୍ଞାନ ବିଭାଗ ଶିକ୍ଷକ ବିଶ୍ୱଜିତ ଶତପଥୀ । ସୂଚନାଥାଉ କି ନିକଟ ଅତୀତରେ ଉକ୍ତ ଫାଉଣ୍ଡେସନ ଦ୍ୱାରା ବାଣପୁର,ବାଲୁଗାଁ, ନାଚୁଣୀ ଏବଂ ଗମ୍ଭାରୀମୁଣ୍ଡା ଅଞ୍ଚଳର ବିଭିନ୍ନ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଥିଲା । ଅଫିସ ଇନଚାର୍ଜ ରବିନାରାୟଣ ହୋତା ଏହି କାର୍ଯକ୍ରମରେ ସହଯୋଗ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

April 25, 2026

ଚିଲିକା ପବନରେ ସାହିତ୍ୟର ସୁଗନ୍ଧ: ଜ୍ଞାନ ଓ ସାହିତ୍ୟର ମହାକୁମ୍ଭ ପ୍ରଥମ “ଚିଲିକା ପୁସ୍ତକ ମେଳା” ଉଦଘାଟିତ

April 25, 2026

ଏପ୍ରିଲ ୨୭ରୁ ଖରା ଛୁଟି : ଘରେ ରହି ପିଲାଏ କରିବେ ଆସାଇନମେଣ୍ଟ

April 25, 2026
Latest News

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

April 25, 2026

ଚିଲିକା ପବନରେ ସାହିତ୍ୟର ସୁଗନ୍ଧ: ଜ୍ଞାନ ଓ ସାହିତ୍ୟର ମହାକୁମ୍ଭ ପ୍ରଥମ “ଚିଲିକା ପୁସ୍ତକ ମେଳା” ଉଦଘାଟିତ

April 25, 2026

ଏପ୍ରିଲ ୨୭ରୁ ଖରା ଛୁଟି : ଘରେ ରହି ପିଲାଏ କରିବେ ଆସାଇନମେଣ୍ଟ

April 25, 2026

ବିଶ୍ୱର ଶ୍ରେଷ୍ଠ ୧୦୦ଟି ଚିକେନ୍ ଖାଦ୍ୟରେ ଭାରତୀୟ ଚିକେନ ଡିଶର କମାଲ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.