Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଞ୍ଚୋଟି ରାଜ୍ୟରେ ରହିଛି 62% କରୋନା ମାମଲା  : ସ୍ବାସ୍ଥ୍ୟ ମନ୍ତ୍ରାଳୟ
ଆଜିର ଖବର

ପାଞ୍ଚୋଟି ରାଜ୍ୟରେ ରହିଛି 62% କରୋନା ମାମଲା  : ସ୍ବାସ୍ଥ୍ୟ ମନ୍ତ୍ରାଳୟ

September 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନାହିଁ । ଦେଶରେ ପଜିଟିଭ୍‌ ଲଗାତାର ଭାବରେ ବଢି ଚାଲିଛି। କରୋନା ସଂକ୍ରମଣକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କରାଯାଇଥିବା ପ୍ରେସ୍‌ ସମ୍ମିଳନୀରେ କରୋନା ସଂକ୍ରମଣକୁ ନେଇ ତଥ୍ୟ ଜାରି କରାଯାଇଛି । ଦେଶର କରୋନା ମାମଲାର ମୋଟ୍‌ ଆକ୍ଟିଭ୍‌ କେସ୍‌ର ପ୍ରାୟ 62 ପ୍ରତିଶତ 5ଟି ରାଜ୍ୟରୁ ରହିଛି । ସେହି ପାଞ୍ଚଟି ରାଜ୍ୟ ମଧ୍ୟରେ ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ତେବେ ଏସବୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁସଂଖ୍ୟାରେ ଧୀରେ ଧୀରେ ହ୍ରାସ ପାଉଛି ବୋଲି ସେ କହିଛନ୍ତି । ମହାରାଷ୍ଟ୍ରରେ ପ୍ରାୟ 25 ପ୍ରତିଶତ ମାମଲା ରହିଥିବାବେଳେ ତାମିଲନାଡୁରେ 12 ପ୍ରତିଶତ ସକ୍ରିୟ ମାମଲା ରହିଛି । ସେହିପରି ମହାରାଷ୍ଟ୍ରରେ 37 ପ୍ରତିଶତ କରୋନା ମୃତ୍ୟୁ ମାମଲା ରହିଛି । ଏହି ପାଞ୍ଚୋଟି ରାଜ୍ୟରେ କରୋନା ମୃତ୍ୟୁ ଦର 70 ପ୍ରତିଶତ ରହିଛି ।

ଦେଶରେ ଏପର୍ଯ୍ୟନ୍ତ 8 .15 ଲକ୍ଷ ଆକ୍ଟିଭ୍‌ କେସ୍‌ ରହିଥିବାବେଳେ 20.70 ଲକ୍ଷ ସୁସ୍ଥ ହୋଇଛନ୍ତି । ଏହାଛଡ଼ା ଦେଶରେ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା ସହ ଏକ ଚିକିତ୍ସା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରୋଟୋକଲ ପ୍ରସ୍ତୁତ କରାଯାଇଛି ଓ ତାହାକୁ ପାଳନ କରି ଚିକିତ୍ସା କରାଯାଉଛି । ଏହା ସହିତ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରି କରୋନାର ମୁକାବିଲା କରାଯାଉଛି ।

ସର୍ବସାଧାରଣରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପନ୍ଧିଲେ ଜୋରିମାନାର ବ୍ୟବସ୍ଥା ହୋଇଛି। ତେବେ ଆପଣ ଯଦି ଏକୁଟିଆ ନିଜ ଗାଡ଼ି ଚଳାଇ ଯାଉଛନ୍ତି, ତା’ହେଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସେହିପରି ଏହ ବୈଠକରେ  ରାଜେଶ ଭୂଷଣ କହିଛନ୍ତି, ଯଦି ଜଣେ ବ୍ୟକ୍ତି ଏକୁଟିଆ ନିଜ ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ହେଲେ ତାଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆମେ କେବେ ବି କହିନାହୁଁ। ଗ୍ରୁପ୍‌ରେ ସାଇକେଲିଂ, ରନିଂ କିମ୍ବା ଜଗିଂ କରୁଥିଲେ ମାସ୍କ ପିନ୍ଧିବା ଜରୁରୀ। ଏହି ସବୁ କାମ ଏକୁଟିଆ କରିବା ବେଳେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ତେବେ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ କୌଣସି ନିର୍ଦ୍ଦେଶନାମା ଜାରି କରିନାହିଁ । ସାମଜିକ ଦୂରତ୍ବ  ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026
Latest News

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026

ବ୍ରିକ୍ସ ଶିକ୍ଷା: ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.