Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଂଜାମ ଜିଲ୍ଲାରେ ୧୦୭ ନୂତନ ସଂକ୍ରମିତ ଚିହ୍ନଟ, ୩ ମୃତ: ସୁସ୍ଥ ହେଲେ ୩୬୮ ଆକ୍ରାନ୍ତ
ଆଜିର ଖବର

ଗଂଜାମ ଜିଲ୍ଲାରେ ୧୦୭ ନୂତନ ସଂକ୍ରମିତ ଚିହ୍ନଟ, ୩ ମୃତ: ସୁସ୍ଥ ହେଲେ ୩୬୮ ଆକ୍ରାନ୍ତ

September 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ପୂର୍ବରୁ ପାଖାପାଖି ଦୁଇଶହ ଚିହ୍ନଟ ହେଉଥିବାବେଳେ ଆଜି କେବଳ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ କିଛି ମାସ ହେଲା ରାଜ୍ୟରେ କରୋନା ସଂକ୍ରମିତ ତାଲିକାରେ ଗଂଜାମ ଏକ ନମ୍ବର ଥିବାବେଳେ ଆଜି ଗଂଜାମକୁ ଟପି ଖୋର୍ଦ୍ଧା ୧ ନମ୍ବର ହୋଇଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ଗଂଜାମରେ ସବୁ ଖୋଲିଯିବା ପରେ ଏବଂ କରୋନା ନିୟମ ନ ମାନିଲେ ଆଗକୁ ସଂକ୍ରମଣର ଦ୍ୱିତୀୟ ୱେଭ୍ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଜନସାଧାରଣ କୋଭିଡ଼୍ ନିୟମ ଏବଂ ଦୋକାନୀମାନେ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ତେବେ ସଂକ୍ରମଣ କମୁଥିବାରୁ କିଛି ସ୍ଥାନରେ ଲୋକେ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ତେବେ ସଂକ୍ରମଣ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କାହିଁକି କମୁନି ସେ ବିଷୟ ନେଇ ପ୍ରଶାସନ ପାଖରେ କୌଣସି ଉତ୍ତର ନାହିଁ। ବର୍ତ୍ତମାନ ମେଡ଼ିକାଲ୍ ସୁବିଧା ରହିଛି, ପ୍ଲାଜମା ଚିକିତ୍ସା ଚାଲିଛି, ରୋଗୀ ତୁଳନାରେ ଡାକ୍ତର ସଂଖ୍ୟା ଠିକ୍ ଅଛି। କିନ୍ତୁ ମୃତ୍ୟୁସଂଖ୍ୟା କମୁନାହିଁ। ଆଜି ମଧ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୭୮ ବର୍ଷୀୟ ବୃଦ୍ଧା ଯେକି ଡ଼ାଇବେଟିସ୍‌ରେ ପୀଡ଼ିତ ଥିଲେ, ଜଣେ ୫୬ ବର୍ଷୀୟ ବ୍ୟକ୍ତି ଯେକି ଡ଼ାଇବେଟିସ୍‌ରେ ପୀଡ଼ିତ ଥିଲେ ଏବଂ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେବେ ଆଜି ଜିଲ୍ଲାରୁ ୩୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତକାଲି ୮୭୩୯ ଟି ନମୁନା ପରୀକ୍ଷା କରାଯାଇଥିବାବେଳେ କାଲି ୧୦୭ ସଂକ୍ରମିତ ବାହାରିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସ୍ଥାନୀୟ ସଂକ୍ରମଣ ୯୯ ଏବଂ ଯୋଦ୍ଧା ୮ ଜଣ ଅଛନ୍ତି। ଆସିକା ବ୍ଲକ୍‌ରୁ ୫, ବେଗୁନିଆପଡ଼ାରୁ ୮, ବେଲଗୁଣ୍ଠାରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୧୬, ଭଂଜନଗରରୁ ୩, ଛତ୍ରପୁରରୁ ୭, ଚିକିଟିରୁ ୫, ଧରାକୋଟରୁ ୨, ଗଂଜାମରୁ ୨, ହିଂଜିଳିକାଟୁରୁ ୫, ଜଗନ୍ନାଥପ୍ରସାଦରୁ ୬, ଖଲିକୋଟରୁ ୧୨, କୁକୁଡ଼ାଖଣ୍ଡିରୁ ୨, ପାତ୍ରପୁରରୁ ୧, ପୋଲସରାରୁ ୩, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡାରୁ ୫, ସାନଖେମୁଣ୍ଡିରୁ ୨, ଶେରଗଡ଼ରୁ ୩, ସୋରଡ଼ାରୁ ୪ ଏବଂ ଅନ୍ୟାନ୍ୟ ୩ ଅଛନ୍ତି। ଗଂଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୪୫ରେ ପହଞ୍ଚିଥିବାବେଳେ ଆଜି ୩୬୮ ଜଣ ସୁସ୍ଥ ହେବା ପରେ ସୁସ୍ଥ ସଂଖ୍ୟା ୧୭୧୬୨ରେ ପହଞ୍ଚିଛି। ବର୍ତ୍ତମାନ ୯୭୮ ଜଣ ଆକ୍ଟିଭ୍ କେସ ଥିବାବେଳେ ୧୯୭ ଜଣଙ୍କ ମୃତ୍ୟୁ ହୋଇଛି।

corona update Ganjam
Share. Facebook Twitter LinkedIn Email WhatsApp Copy Link

Related Posts

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026
Latest News

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.