ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ୍‌ : ଜଣେ ମୃତ, ଚାରି ଗୁରୁତର

Published: Sep 4, 2020, 10:29 am IST
ଯାଜପୁର :  ଯାଜପୁର ଜିଲ୍ଲା 16ନମ୍ବର ଜାତୀୟ ରାଜପଥ ବାରବାଟୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4  ଜଣ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ଏକ ଟ୍ରକ୍‌ ଓଭରଟେକିଂ କରୁଥିବାବେଳେ ଅନ୍ୟ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲେ । ଏହି ସମୟରେ ରାସ୍ତା କଡରେ ଛିଡା ହୋଇଥିବା କିଛି ଲୋକଙ୍କ ଉପରେ ଟ୍ରକ୍‌ଟି ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ 32 ବର୍ଷୀୟ ଯୁବ ବ୍ୟବସାୟୀ ଅମୂଲ୍ୟ ସେଠୀ ବୋଲି ସୂଚନା ରହିଛି । ଦୁର୍ଘଟଣା ପରେ ଟ୍ରକର ଚାଳକ ଫେରାର ହୋଇଯାଇଥିବା ବେଳେ ଗୁରୁତରମାନଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ଲାଗି ସ୍ଥାନାନ୍ତରଣ କରାଯାଇଛି ।

Related posts