
ବିଜେଡିରୁ ଟିକେଟ ପାଇନଥିବା ଅସନ୍ତୁଷ୍ଟ ବିଧାୟକ ମାନେ ବିଜେପିରେ ଯାେଗ ଦେଇଛନ୍ତି। ଏହି ତାଲିକାରେ ସାମିଲ ହାେଇଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ଆସିକା ବିଧାୟକ ଦେବରାଜ ମହାନ୍ତି। ଏହି ତିନି ଜଣଙ୍କ ବ୍ୟତୀତ ପୂବର୍ତନ ବିଧାୟକ କାଶୀନାଥ ମଲ୍ଲିକ, ନୀଳମଣି ବିଷୋୟୀ ଏବଂ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ସୁନ୍ଦରଗଡର ପୂର୍ବତନ ବିଜେଡ଼ି ନେତ୍ରୀ କୁସୁମ ଟେଟେ ବିଜେପିରେ ସାମିଲ ହୋଇଛନ୍ତି। ସେ ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଏମାନଙ୍କ ସହ ବହୁ ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ନବରଙ୍ଗପୁରର ବିଜେଡି ସାଂସଦ ବଳଭଦ୍ର ମାଝୀ ବିଜେପିରେ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ ଆଜି ବିଜେଡିରୁ ଇସ୍ତଫା ଦେଇଥିବା ଅର୍କ କେଶରୀ ଦେଓ ଏବଂ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ମଧ୍ୟ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି।