86 ହଜାର ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ 40 ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Published: Sep 5, 2020, 11:05 am IST

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ 86 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ 86 ହଜାର 432ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1089ଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 40 ଲକ୍ଷ 23 ହଜାର 179ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 69 ହଜାର 561ରେ ପହଞ୍ଚିଛି ।  ସେହିପରି ଦେଶରେ ଏବେ ସୁଦ୍ଧା ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ 46ହଜାର  ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 31 ଲକ୍ଷ 7 ହଜାର ରହିଛି । ଦେଶରେ ମୃତ୍ୟୁ ହାର ଓ ସକ୍ରିୟ ଆକ୍ରାନ୍ତଙ୍କ ହାରରେ ହ୍ରାସ ହେବାରେ ଲାଗିଛି । ଏବେ ମୃତ୍ୟୁ ହାର 1.73% ରହିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ହାର 21% ରହିଛି । ସେହିପରି ଦେଶରେ ସୁସ୍ଥ ହାର 77 % ରହିଛି ।

Related posts