ଶେଷରେ ମୁହଁ ଖୋଲିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି

Published: Sep 6, 2020, 7:12 pm IST

ଭୁବନେଶ୍ବର, ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପ୍ରସଂଗରେ ଶେଷରେ ମୁଁହ ଖୋଲିଲେ ଅନୁଭବ। ସେ କହିଛନ୍ତି ଯେ, ବର୍ଷାକୁ ମୁଁ ବହୁତ ଭଲ ପାଉଥିବାରୁ ବିବାହ କରିଥିଲି। ହେଲେ ବିବାହର ବହୁ ବର୍ଷ ପରେ ବର୍ଷାର ବ୍ୟବହାରିକ ପରିବର୍ତ୍ତନ ଘଟିଥିଲା। ଉଭୟଙ୍କ ମଧ୍ୟରେ ବୈବାହିକ ସୁଖକୁ ନେଇ ସବୁବେଳେ ମତାନ୍ତର ରହୁଥିଲା। ପରିଶେଷରେ ଏହା ଏକ ଚରମ ସୀମାରେ ପହଁଞ୍ଚିଲା।ଯେତେ ବୁଝାଇବାକୁ ଚେଷ୍ଠା କଲେ ମଧ୍ୟ ତାହା ହୋଇପାରିଲା ନାହିଁ। ଏହି ପାରିବାରିକ ଘଟଣା ବାହାରକୁ ନ ଆସୁ ଭାବି ମୁଁ ବହୁ ବର୍ଷ ଧରି ଚୁପ ରହିଥିଲି। ବର୍ତ୍ତମାନ ଗଣମାଧ୍ୟମରେ ମନଗଢା କାହାଣୀ କୁହାଯାଉଥିବାରୁ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହେଲି ବୋଲି ଅନୁଭବ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

Related posts