ଦିଲ୍ଲୀରୁ ଦୁଇ ଆତଙ୍କୀ ଗିରଫ

Published: Sep 7, 2020, 12:45 pm IST

ନୂଆଦିଲ୍ଲୀ : ଦିଲ୍ଲୀରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଉତ୍ତର ପଶ୍ଚିମ ଦିଲ୍ଲୀରେ ପୋଲିସର ସ୍ୱତନ୍ତ୍ର ସେଲ ସହିତ ଗୁଳି ବିନିମୟ ପରେ ଏହି ଦୁଇ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏହା ସହିତ ଉଭୟ ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହି ଦୁଇ ଆତଙ୍କୀଙ୍କ ବାବର ଖାଲସା ଇଣ୍ଟରନ୍ୟାସନାଲର ସଦସ୍ୟ ବୋଲି ଜଣାପଡିଛି ।  ଉଭୟଙ୍କ ନିକଟରୁ 6ଟି ପିସ୍ତଲ ଏବଂ 40ଟି କ୍ୟାଟ୍ରିଜ ଜବତ କରାଯାଇଛି । ଉଭୟଙ୍କ ନାମରେ ପଞ୍ଜାବରେ ଏକାଧିକ ମାମଲା ରହିଥିବା ଜଣାପଡିଛି ।(ଏଜେନ୍ସି)

Related posts