ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ଚଣ୍ଡେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା

Published: Sep 7, 2020, 8:25 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋରୋନା ଭୂତାଣୁ ଦ୍ଵାରା କୋରୋନା ଯୋଦ୍ଧା, ବିଧାୟକ, ସାଂସଦମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ସେହିଭଳି ଏହି ମହାମାରୀ କବଳରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ରଂଜନ ମଙ୍ଗରାଜ ମଧ୍ୟ ସଂକ୍ରମିତ ହୋଇଛନ୍ତି। ମାନସ ରଂଜନ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କର ଶୁଭେଚ୍ଛୁ ମାନେ ଵିଭିନ୍ନ ଦେବାଳୟରେ ଦୀପ ଦାନ, ପୂଜାର୍ଚ୍ଚନା ଆଦି କରୁଥିବା ଦେଖିବାକୁ ମିଳିଛି।

ଆଜି ଚିଲିକା ବ୍ଲକ ଚଣ୍ଡେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଚଣ୍ଡୀ ହର ଦେବଙ୍କ ପୀଠରେ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛୁମାନଙ୍କ ଦ୍ୱାରା ବିଭିନ୍ନ ପୂଜାର୍ଚ୍ଚନା କରାଯାଇଛି। ଆଶୁ ଆରୋଗ୍ୟ କାମନା କରି ପ୍ରଭୁ ଚଣ୍ଡୀ ହର ଦେବଙ୍କ ନିକଟରେ ୧୦୮ ଗରା ସୁବାଶିତ ଜଳ ଲାଗି କରାଯିବା ସହ ୧୦୮ ବେଲ ପତ୍ର ଓ ପ୍ରଭୁଙ୍କର ପ୍ରିୟ ଚଂପା ଫୁଲ ଲାଗି କରାଯାଇଛି। ଏହା ସହ ମନ୍ଦିର ଚୁଡାରେ ନୂତନ ନେତ ବନ୍ଧାଯିବା ସହ ପ୍ରଭୁଙ୍କୁ ସ୍ମରଣ କରି ୧୦୮ ପ୍ରଦୀପ ପ୍ରଜ୍ୱଳନ କରା ଯାଇଛି।

ଏହି କାର୍ଯ୍ୟକ୍ରମରେ ହରି ହର ରଣା, ସିଦ୍ଧେଶ୍ୱର ପ୍ରଧାନ, ମୂରଲୀ ଧର ସେଣ, ସଂଧ୍ୟ୍ୟାରାଣୀ ଜେନା, ରାମ ଚନ୍ଦ୍ର ପ୍ରଧାନ, ଦେବରାଜ ମାଳୀ, ସରୋଜ କୁମାର ପାଇକରାୟ, ଅନନ୍ତ ପ୍ରଧାନ, ପଣ୍ଡିତ ପାଣ୍ଡବ ଦାସ, ପଠାଣୀ ରଣାଙ୍କ ସମେତ ବହୁ ଶୁଭେଚ୍ଛୁ ଯୋଗ ଦେଇ ମାନସ ମଙ୍ଗରାଜଙ୍କର ଆରୋଗ୍ୟ କାମନା କରିଛନ୍ତି।

Related posts