ଗତ 24 ଘଣ୍ଟାରେ ଦେଶରେ 75 ହଜାରରୁ ଉର୍ଦ୍ଧ୍ବ ନୂତନ ମାମଲା

Published: Sep 8, 2020, 10:24 am IST

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟାରେ 75 ହଜାର 809ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1133ଜଣଙ୍କ ଜୀବନ ଯାଇଛି । ଦୁଇ ସେପେ୍ଟମ୍ବରରୁ ଦେଶରେ ଲଗାତାର ଭାବରେ ପ୍ରତ୍ୟେକ ଦିନ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଉଥିବାର ଦେଖାଯାଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 43 ଲକ୍ଷରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ 70 ହଜାରରୁ ଉର୍ଦ୍ଧ୍ବ ରହିଛି । ବ୍ରାଜିଲ୍‌କୁ ପଛରେ ପକାଇ ଭାରତ କରୋନା ସଂକ୍ରମିତ ଦେଶ ମାନଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ପହଞ୍ଚିସାରିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 42 ଲକ୍ଷ 80 ହଜାରରେ ପହଞ୍ଚିଥିବାବେଳେ 72 ହଜାର 775ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ 83 ହଜାର ରହିଥିବାବେଳେ 33 ଲକ୍ଷ 23 ହଜାର ଲୋକେ ସୁସ୍ଥ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

Related posts