ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ୨୭୮୭ ଜଣ କରୋନା ଆକ୍ରାନ୍ତ: ୧ ଲକ୍ଷ ଅତିକ୍ରମ କଲା ସୁସ୍ଥ ସଂଖ୍ୟା

Published: Sep 8, 2020, 9:45 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୨୭୮୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୧୪୫ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୨୩୦ , ପୁରୀରୁ ୧୯୨, ମୟୂରଭଞ୍ଜରୁ ୧୫୩, ଗଞ୍ଜାମରୁ ୧୧୫, ବାଲେଶ୍ବରରୁ ୭୮, କେନ୍ଦୁଝରରୁ ୭୬, ବରଗଡରୁ ୭୫, ଯାଜପୁରରୁ ୬୮, କୋରାପୁଟରୁ ୬୮, ଜଗତସିଂହପୁରରୁ ୬୪, ସମ୍ବଲପୁରରୁ ୬୨, ଭଦ୍ରକରୁ ୫୪, ଝାରସୁଗୁଡାରୁ ୫୦, ନବରଙ୍ଗପୁରରୁ ୪୫, ମାଲକାନଗିରିରୁ ୪୧, ସୋନପୁରରୁ ୩୬, ଢେଙ୍କାନାଳରୁ ୩୫, ବଲାଙ୍ଗିରିରୁ ୨୮, କନ୍ଧମାଳରୁ ୨୮, ନୂଆପଡାରୁ ୨୫, ସୁନ୍ଦରଗଡରୁ ୨୩, କଳାହାଣ୍ଡିରୁ ୧୮, ରାୟଗଡାରୁ ୧୮, ଗଜପତିରୁ ୧୭, କେନ୍ଦ୍ରାପଡାରୁ ୧୫, ନୟାଗଡରୁ ୧୨, ଅନୁଗୁଳରୁ ୯, ବୌଦ୍ଧରୁ ୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ୧ ଲକ୍ଷ ୨ ହଜାର ୧୮୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୧ ହଜାର ୩୮୨ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୨୮ ହଜାର ୫୭୫ ଜଣ ଏବଂ ମୃତ୍ୟୁବରଣ କରିଛନ୍ତି ୫୬୯ ଜଣ।

Related posts