ଅର୍ଦ୍ଧ ସ୍ବୟଂଚାଳିତ ରାଇଫଲ୍‌ ବିକ୍ରୀ ଉପରେ ନ୍ୟୁଜିଲ୍ୟାଣ୍ଡର କଟକଣା

Published: Mar 21, 2019, 1:29 pm IST
newzealand bans sale of assult, automatic rifles
ନ୍ୟୁଜିଲ୍ୟାଣ୍ଡର  ଦୁଇଟି ମସଜିଦ୍‌ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେର୍ନ ଦେଶରେ ଆସଲ୍ଟ ରାଇଫଲ୍‌ ଏବଂ ଅର୍ଦ୍ଧ ସ୍ବୟଂଚାଳିତ ରାଇଫଲ୍‌ ବିକ୍ରୀ ଉପରେ କଟକଣା ଜାରି କରିଛନ୍ତି। ଏହା ସହିତ ବଜାରରେ ଉପଲବ୍ଧ ଥିବା ସମସ୍ତ  ଅର୍ଦ୍ଧ ସ୍ବୟଂଚାଳିତ ଏବଂ ଆସଲ୍ଟ ରାଇଫଲ୍‌କୁ ସରକାର କିଣିନେବେ। ଉଲ୍ଲେଖଯୋଗ୍ୟ ଯେ, ଏକ ସପ୍ତାହ ପୂର୍ବରୁ କ୍ରୀଷ୍ଟଚର୍ଚ୍ଚରେ ହାେଇଥବା ମସ୍‌ଜିଦ୍‌ ଆକ୍ରମଣରେ ପ୍ରାୟ ୫୦ ଲୋକ ନିହତ ହାେଇଥିଲେ। ସେ ଆହୁରି କହିଛନ୍ତି କି, ରାଇଫଲ୍‌ଗୁଡ଼ିକୁ ଅଧିକ ଗୁଳି ଫୁଟାଇବାରେ ସହାୟକ ହେଉଥିବା ମାଗାଜିନ୍‌ ଓ ବମ୍ପ୍‌ ଷ୍ଟକ୍‌ଗୁଡ଼ିକୁ ମଧ୍ୟ ନିଷିଦ୍ଧ କରାଯିବ। ଏପ୍ରିଲ୍‌ ୧୧ ତାରିଖ ସୁଦ୍ଧା ଦେଶରେ ନୂତନ ଆଇନ ପ୍ରଚଳନ କରାଯିବ ଓ ନିଷିଦ୍ଧ ଅସ୍ତ୍ରଶସ୍ତ୍ରଗୁଡ଼ିକ ପ୍ରତ୍ୟାହାର ଲାଗି ‘ବାୟବ୍ୟାକ୍‌’ ଯୋଜନା ମଧ୍ୟ କରାଯିବ।

Related posts