ମହିଳାଙ୍କୁ ଦୁଷ୍କର୍ମ କରି ଭଣ୍ଡବାବା ଗିରଫ

Published: Sep 10, 2020, 1:14 pm IST

ଇନ୍ଦୋର: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତି କରାଇବା ନାଁରେ ଦୁଷ୍କର୍ମ କରାଯାଇଛି । ପରେ ପୋଲିସରେ ଅଭିଯୋଗ କରାଯିବା ପରେ ଉକ୍ତ ଭଣ୍ଡ ବାବାକୁ ଗିରଫ କରାଯାଇଛି । ଏହା ସହିତ ଉକ୍ତ ମହିଳାଙ୍କ ସ୍ୱାମୀ ଏବଂ ଶାଶୁ ଘର ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ମହିଳାଙ୍କର ସନ୍ତାନ ସନ୍ତତି ନ ହେବାରୁ ଡାକ୍ତରଙ୍କୁ ଦେଖାଇବା ପରିବର୍ତ୍ତେ ଉକ୍ତ ବାବାଙ୍କ ନିକଟକୁ ଶାଶୁ ଘର ଲୋକ ନେଇଥିଲେ । ଏପରିକି ଦୁଷ୍କର୍ମ ପରେ ମଧ୍ୟ ସେମାନେ ଚୁପ ରହିଥିଲେ । ପରେ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଶାଶୁ ଘର ଲୋକଙ୍କ ସହିତ ଭଣ୍ଡବାବାକୁ ଗିରଫ କରିଛି। ସମସ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ହାଜତକୁ ପଠାଇ ଦିଆଯାଇଛି । (ଏଜେନ୍ସି)

Related posts