ଭାରତରେ କୋଭିସିଲ୍‌ଡ ଟ୍ରାଏଲ୍‌ ବନ୍ଦ

Published: Sep 10, 2020, 4:13 pm IST

ନୂଆଦିଲ୍ଲୀ : ଭାରତରେ କୋଭିସିଲଡ୍‌ ଟୀକାର ପରୀକ୍ଷଣ ବନ୍ଦ ହୋଇଛି । ଆମେରିକା ଅକ୍ସଫୋର୍ଡ କମ୍ପାନୀ ପ୍ରସ୍ତୁତ ଟୀକା କୋଭିସିଲଡ୍‌ ଟୀକା ପରୀକ୍ଷଣ ବନ୍ଦ ନେଇ ଘୋଷଣା କରିଛି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ । ପରୀକ୍ଷଣରେ ସାମୟିକ ବିରତ ନେଉଛୁ ଓ ପରିସ୍ଥିତିକୁ ସମୀକ୍ଷା କରୁଛୁ ବୋଲି ସୂଚନା ଦେଇଛନ୍ତି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ । ’ଆଷ୍ଟ୍ରାଜେନିକା ପୁଣି ପରୀକ୍ଷଣ ଆରମ୍ଭ ନ କରିବା ଯାଏ ବିରତି ଦେଉଛୁ । ଡିସିଜିଆଇର ନିର୍ଦ୍ଦେଶକୁ ଅନୁପାଳନ କରୁଛୁ କହିଲା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ । ବ୍ରିଟେନ୍‌ରେ ଟୀକା ନେଇ ଜଣେ ଗୁରୁତର ହେବା ପରେ ଟ୍ରାଏଲ୍‌ ସ୍ଥଗିତ ରହିଥିଲା । ତେବେ ଭାରତରେ ଟ୍ରାଏଲ୍‌ ଚାଲୁ ରହିବ ବୋଲି କହିଥିଲା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ । ଏହାକୁ ନେଇ ଡିସିଜିଆଇ ବିରକ୍ତି ପ୍ରକାଶ ସହ ସେରମ୍‌କୁ ଜବାବ ମାଗିଥିଲେ । (ଏଜେନ୍ସି)

Related posts