
କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଉତ୍ତର ପ୍ରଦେଶ ଗସ୍ତ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ଗସ୍ତ ସମୟରେ ପ୍ରିୟଙ୍କା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଅବମାନନା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତି ଇରାନୀ ଅଭିଯୋଗ ଆଣିଛନ୍ତି ଯେ, ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଚଢାଯାଇଥିବା ମାଳ ପ୍ରଥମେ ପ୍ରିୟଙ୍କାଙ୍କୁ ପିନ୍ଧା ଯାଇଥିଲା। ନିଜେ ବ୍ୟବହାର କରିଥିବା ମାଳ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତୀରେ ପିନ୍ଧାଇବା ଶାସ୍ତ୍ରୀଙ୍କୁ ଅବମାନନା ବୋଲି ସେ କହିଛନ୍ତି। ଇରାନୀଙ୍କ ଏହି ମନ୍ତବ୍ୟକୁ ସମଥର୍ନ କରିଛନ୍ତି ଶାସ୍ତ୍ରୀଙ୍କ ଅଣନାତି ସିଦ୍ଧାର୍ଥ ନାଥ ସିଂ। ଗାନ୍ଧୀ-ଭଦ୍ରା ପରିବାର କେବେବି ଶାସ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ କରିନାହିଁ। ମାତ୍ର ଏପରି ବ୍ୟବହାର କେବଳ ଆମକୁ ଦୁଃଖ ଦେଉନାହିଁ ବରଂ ଏହା ସେମାନଙ୍କ ଖରାପ ସଂସ୍କୃତିର ପରିଚୟ ପ୍ରଦାନ କରୁଛି ବୋଲି ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ରହିଥିବା ଶ୍ରୀ ସିଂ ପ୍ରକାଶ କରିଛନ୍ତି।