Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହସ୍ପିଟାଲରେ ଥିବା କୋଭିଡ ରୋଗୀମାନଙ୍କୁ ଅକ୍ସିଜେନ ଯୋଗାଇବା ଦାୟିତ୍ଵ ରାଜ୍ୟର,କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ
ଆଜିର ଖବର

ହସ୍ପିଟାଲରେ ଥିବା କୋଭିଡ ରୋଗୀମାନଙ୍କୁ ଅକ୍ସିଜେନ ଯୋଗାଇବା ଦାୟିତ୍ଵ ରାଜ୍ୟର,କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

September 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବିଭିନ୍ନ ଧାରା ଓ ଉପଧାରାର ଉପଯୋଗ କରି କେତେକ ରାଜ୍ୟ ଆନ୍ତଃରାଜ୍ୟ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରୁଥିବାର ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, କୋଭିଡ ରୋଗୀମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଅମ୍ଳଜାନର ପ୍ରମୁଖ ଭୂମିକା ରହିଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଲେଖିଥିବା ଏକ ପତ୍ରରେ କେନ୍ଦ୍ର ସରକାର ମେଡିକାଲ ଅକ୍ସିଜେନ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ମେଡିକାଲ ଅକ୍ସିଜେନର ଚାଲାଣ ନେଇ କୌଣସି ପ୍ରତିବନ୍ଧକ ନଥିବା ଓ ସେଥିପାଇଁ କୌଣସି କଟକଣା ଜାରି ନକରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ କରୋନା ରୋଗୀ ଅମ୍ଳଜାନ ଆବଶ୍ୟକ ସ୍ଥଳେ ଅମ୍ଳଜାନ ପାଇଁ ହକଦାର ଏବଂ ତାଙ୍କୁ ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ଵ ।

ଏହାଛଡା ପତ୍ରରେ ଏକଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ମେଡିକାଲ ଅକ୍ସିଜେନ ଏକ ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସାମଗ୍ରୀ ଓ ଏହାର ଯୋଗାଣ ନେଇ ଯେ କୌଣସି ପ୍ରତିବନ୍ଧକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଘୋର ପ୍ରଭାବ ପକାଇବ । ଏହାଛଡା ଅମ୍ଳଜାନ ପ୍ରସ୍ତୁତ ଓ ଯୋଗାଣକାରୀ କେତେକ କମ୍ପାନୀ ସହିତ ବିଭିନ୍ନ ରାଜ୍ୟରେ ଥିବା ହସ୍ପିଟାଲଗୁଡିକୁ ଏହା ଯୋଗାଇବା ପାଇଁ ପୂର୍ବରୁ ବୁଝାମଣା ହୋଇଛି ଓ ତାହା ସେମାନେ ଯୋଗାଇବାକୁ ଆଇନତଃ ବାଧ୍ୟ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା କୋଭିଡ ପରିଚାଳନା ନୀତି କେତେକ ମାର୍ଗଦର୍ଶିକା ଦ୍ଵାରା ପରିଚାଳିତ ହୋଇଥାଏ । ଏହି ମାର୍ଗଦର୍ଶିକାଗୁଡିକ ସମସ୍ତ କୋଭିଡ ହସ୍ପିଟାଲ ଓ କେନ୍ଦ୍ରଗୁଡ଼ିକୁ ସମାନ ଭାବରେ ଧ୍ୟାନ ଦେଇଥାନ୍ତି । ଅଧିକ ଓ ଅତି ଅଧିକ ଲକ୍ଷଣ ଥିବା ମାମଲାଗୁଡିକ ପାଇଁ ଆବଶ୍ୟକ ଅମ୍ଳଜାନ ସହାୟତା ଓ ଅତ୍ୟାବଶ୍ୟକ ଔଷଧପତ୍ର ଯୋଗାଣ କୋଭିଡ-୧୯ ଥେରାପି ପାଇଁ ପୂର୍ବରୁ ନିର୍ଦ୍ଦିଷ୍ଟ କରାଯାଇଛି।

ଦେଶବ୍ୟାପୀ ଆବଶ୍ୟକତା ମୁତାବକ ଅମ୍ଳଜାନ ଯୋଗାଣ ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଆସିଛି । ଏହାଫଳରେ ମୃତ୍ୟୁହାର କ୍ରମାଗତ ହ୍ରାସ ପାଇବା ସହ ଆଜି ଏହା ୧.୬୭ ପ୍ରତିଶତରେ ପହଞ୍ଚିଛି । ଅଦ୍ୟାବଧି ଶତକଡା ୩.୭ ଭାଗରୁ କମ ସକ୍ରିୟ ରୋଗୀ ଅମ୍ଳଜାନ ଆବଶ୍ୟକ କରୁଛନ୍ତି ।

corona covid19
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.