
ଭୁବନେଶ୍ବର, ଆଜି ଦୁଇଜଣ ବିଧାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର ଏବଂ କେନ୍ଦ୍ରପଡା ବିଧାୟକ ଶଶୀଭୂଷଣ ବେହେରା। ଉଭୟ ସେମାନଙ୍କ ଟୁଇଟର ଆକାଉଣ୍ଟରେ ଏହି ସୂଚନା ପ୍ରଦାନ କରିଛନ୍ତି। ତେବେ ଉଭୟଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ। ବର୍ତ୍ତମାନ ଏହି ଦୁଇ ବିଧାୟକ ସୁସ୍ଥ ଅଛନ୍ତି। ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭୟ ବର୍ତ୍ତମାନ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଦୟାକରି ପରୀକ୍ଷା କରାଇ ନିଅନ୍ତୁ ବୋଲି ଉଭୟ ଅନୁରୋଧ କରିଛନ୍ତି।
Tags: ଶଶୀଭୂଷଣ ବେହେରା, ସରୋଜ ମେହେର