
ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମୀର ଦାଶଙ୍କ ସହିତ ତାଙ୍କ ପତ୍ନୀ ସଙ୍ଗୀତା ଦାଶ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ନିଜେ ସମୀର ଦାଶ ଟ୍ୱିଟ କରି ଜଣାଇଛନ୍ତି । ଏହା ସହିତ ବିଗତ ସାତ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ପରୀକ୍ଷଣ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଅରୁଣ ସାହୁ, ପଦ୍ମିନୀ ଦିଆନ, ଟୁକୁନି ସାହୁଙ୍କ ସମେତ ଏକାଧିକ ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ ।