ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ

Published: Sep 14, 2020, 6:15 pm IST

ନୂଆଦିଲ୍ଲୀ: ବାଚନିକ ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ତଥା ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଗୃହକୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମନୋଜ ଝାଙ୍କୁ ହରାଇ ସେ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି।

ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ହରିବଂଶ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହରିବଂଶଙ୍କୁ ବିଜେଡି ସମର୍ଥନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୂର୍ବରୁ ଥରେ ନବୀନଙ୍କୁ ଅନୁରୋଧ କରିଥିଲେ । ଆଜି ପୁଣିଥରେ ଅନୁରୋଧ କରିବା ପରେ ନବୀନ ହରିବଂଶଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।

Related posts