ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ ପାଳନ

Published: Sep 16, 2020, 6:24 pm IST

ଭୁବନେଶ୍ବର: ରେଳବାଇ କର୍ମଚାରୀ ସେମାନଙ୍କ ନିଜ ପରିସରକୁ ପରିଚ୍ଛନ୍ନତା ରଖିବା ସହିତ ଅନ୍ୟମାନଙ୍କୁ ଏଥିପ୍ରତି ପ୍ରେରଣା ଦେବାକୁ ଶପଥ ନେଲେ ଓ ସ୍ୱଚ୍ଛତା ପକ୍ଷରେ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ ଓ ୧୬ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତୀୟ ରେଳବାଇ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ଦେଶସାରା ପାଳନ କରାଯାଉଅଛି ଓ ଏଥିପାଇଁ ପୂର୍ବତଟ ରେଳପଥ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ ପାଳନ କରି ରେଳ ଷ୍ଟେସନ ପରିସର, ଟ୍ରେନ, କାର୍ଯ୍ଯାଳୟ, ୱର୍କଶପ, ମରାମତି ଡିପୋ, ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାସସ୍ଥଳୀ ଅଞ୍ଚଳମାନଙ୍କରେ ପରିଚ୍ଛନ୍ନତା ପ୍ରତି ବ୍ୟାପକଭାବେ ସ୍ୱତନ୍ତ୍ର ଧ୍ୟାନ ଦେଉଅଛି ଓ

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ପୂର୍ବାହ୍ନରେ ରେଳସଦନରୁ ଭରଚୁଆଲ ମାଧ୍ୟମରେ ରେଳପଥ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇ ସ୍ୱଚ୍ଛତା ନିମନ୍ତେ ପ୍ରତି ସପ୍ତାହରେ ଦୁଇ ଘଣ୍ଟା ଶ୍ରମଦାନ କରିବା ସହିତ ନିଜେ ଅଳିଆ ନଫିଙ୍ଗିବା କିମ୍ବା କାହାକୁ ଏହା ନକରିବା ପାଇଁ ପ୍ରବର୍ତ୍ତାଇବା; ନିଜଠାରୁ, ନିଜ ପରିବାରରୁ, ନିଜ ଅଞ୍ଚଳରୁ ଏବଂ କାର୍ଯ୍ୟସ୍ଥଳରୁ ପରିଚ୍ଛନ୍ନତା ଆରମ୍ଭ କରିବା ସହିତ ଅନ୍ୟମାନଙ୍କୁ ଏଥିପ୍ରତି ପ୍ରବର୍ତ୍ତାଇବାକୁ ଶପଥ ପାଠ କରାଇଥିଲେ ଯାହା ଫଳରେ ଦେଶକୁ ପରିସ୍କାର ପରିଚ୍ଛନ୍ନତା ରଖାଯାଇପାରିବ।

Related posts