
’ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍’ ପରେ ଏବେ ଯୁଦ୍ଧ ଉପରେ ଆଧାରିତ ଆଉ ଏକ ବଲିଉଡ୍ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ବଲିଉଡ୍ ଅଭିନେତା ଅଜୟ ଦେବଗନ ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ଫିଲ୍ମଟିର ଶୀର୍ଷକ ରହିଛି ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ଅଭିଷେକ ଦୁଧୈୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଅଜୟ ଦେବଗନ ସ୍କ୍ୱାଡନ ଲିଡର ବିଜୟ କାର୍ଣ୍ଣିକ୍ଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ଅଜୟଙ୍କ ବ୍ୟତୀତ ଅଭିନେତା ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ପରିଣିତି ଚୋପ୍ରା ମଧ୍ୟ ନଜର ଆସିବେ।