Categories
ଆଜିର ଖବର

୫୦ ବର୍ଷ ବୟସରେ ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଅଜୟ ଦେବଗନ

୫୦ ବର୍ଷ ବୟସରେ ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଅଜୟ ଦେବଗନ। ଏପ୍ରିଲ୍‌ ୨ ୧୯୬୯ରେ ସେ ଜନ୍ମ ହୋଇଥିଲେ। ବଲିଉଡ୍‌ରେ ଅଭିନୟ କରିବା ତାଙ୍କର ୨୮ ବର୍ଷ ହୋଇଗଲାଣି। ୧୯୯୧ରେ ଅଜୟ ତାଙ୍କର କ୍ୟାରିୟର ‘ଫୁଲ୍‌ ଔର୍‌ କାଣ୍ଟେ’ ଜରିଆରେ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ହିଁ ସୁପରହିଟ୍‌ ହୋଇଥିଲା। ଆଜି ବି ଦର୍ଶକ ଅଜୟଙ୍କ ଫିଲ୍ମ ଦେଖିବାକୁ ଅପେକ୍ଷା କରୁଛନ୍ତି। ଅଜୟଙ୍କ ପିତା ବଲିଉଡ୍‌ର ଷ୍ଟଣ୍ଟ କୋରିଓଗ୍ରାଫର ଥିଲେ। ମାତା ବୀଣା ପ୍ରଡ୍ୟୁସର ଥିଲେ। ୧୯୯୯ରେ କାଜଲଙ୍କୁ ବିବାହ କରିଥିଲେ ଅଜୟ।   କାଜଲ ଏବଂ ଅଜୟଙ୍କ ବାହାଘରକୁ ୨୦ ବର୍ଷ ପୂରିଗଲାଣି। ଅଜୟଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଜିଗର’, ‘ଦିଲ୍‌ ହେ ବେତାବ୍‌’, ‘ଦିବ୍ୟ ଶକ୍ତି, ‘ସଂଗମ୍‌’, ‘ଏକ୍‌ ହି ରିସ୍ତା’, ‘ସୁହାଗ୍‌’, ‘କାନୁନ୍‌’, ‘ବିଜୟ ପଥ’, ‘ଦିଲ୍‌ଓ୍ବାଲେ’‘, ‘ଜଙ୍ଗ୍‌’, ‘ଦିଲ୍‌ଜଲେ’, ‘ଇତିହାସ’, ‘ଇଶ୍କ’, ‘ଜଖମ୍‌’, ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’, ‘ମେଜର ସାହେବ’, ‘ପ୍ୟାର ତୋ ହୋନା ହି ଥା’, ‘‘କଚି ଧାଗେ’, ‘ହୋଗୀ ପ୍ୟାର୍‌ କି ଜିତ୍‌’, ‘ଦିଲ୍‌ କ୍ୟା କରେ’, ‘ଓମ୍‌କାରା’, ‘‘ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ,’ ଗୋଲମାଲ୍‌ ସିରିଜ୍‌’, ‘ସନ୍‌ ଅଫ୍‌ ସର୍ଦ୍ଦାର୍‌’ ‘ସିଂଘମ୍‌’, ‘ରାଜନୀତି’, ‘ଆକ୍ରୋଶ’, ‘  ‘ବାଦ୍‌ଶାହୋ’ ପ୍ରମୁଖ । ନିକଟରେ ଅଜୟଙ୍କ ଅଭିନୀତ ‘ଟୋଟାଲ୍‌ ଧମାଲ୍‌’ ବେଶ୍‌ ସଫଳ ବ୍ୟବସାୟ କରିଥିବାବେଳେ ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ ମେ ୧୭ରେ ପରଦା ଉପରକୁ ଆସିବ ।

Categories
ଆଜିର ଖବର

ଅଜୟଙ୍କ ‘ଦେଦେ ପ୍ୟାର ଦେ’ର ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଟୋଟାଲ ଧମାଲର ସଫଳତା ପରେ ବଲିଉଡ୍‌ ସୁପରଷ୍ଟାର ଅଜୟ ଦେବଗନ ନିଜର ଆଗାମୀ ଚଳଚିତ୍ର ‘ଦେ ଦେ ପ୍ୟାର ଦେ’ର ଫାଷ୍ଟ ଲୁକ୍‌ ପୋଷ୍ଟର ରିଲିଜ୍‌ ହୋଇଛି। ଏହି ଚଳଚିତ୍ରରେ ଅଜୟଙ୍କ ବ୍ୟତୀତ ତବୁ ଏବଂ ରକୁଲ ପ୍ରୀତ୍‌ ସିଂ ନଜର ଆସିବେ। ଏହି ଫିଲ୍ମର ଫାଷ୍ଟଲୁକ୍‌ ପୋଷ୍ଟର ନିମନ୍ତେ ଅଜୟ ନିଜର ୧୯୯୧ ମସିହା ଫିଲ୍ମ ‘ଫୁଲ ଔର କାଣ୍ଟେ‘ର ଏକ ଷ୍ଟଣ୍ଟ ପ୍ରଦର୍ଶନ କରିଛନ୍ତି। ଉକ୍ତ ଫିଲ୍ମରେ ଦୁଇଟି ବାଇକ୍‌ ଉପରେ ଗୋଡ ରଖିଛିଡା ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ଆଉ ପାଦେ ଆଗକୁ ଯାଇ ଦୁଇଟି କାର୍‌ରେ ଷ୍ଟଣ୍ଟ କରିଛନ୍ତି। ଅଜୟଙ୍କ ଫାଷ୍ଟଲୁକ୍‌ ପୋଷ୍ଟର ରିଲିଜ୍‌ ହେବା ପରେ ଫ୍ୟାନ୍‌ ମାନେ ସମାନ ଷ୍ଟଣ୍ଟ ପ୍ରଦର୍ଶନ କରି ସୋସିଆଲ୍‌ ମିଡିଆ ସାଇଟ୍‌ରେ ଏହାର ଫଟୋ ଅପଲୋଡ୍‌ କରିଛନ୍ତି। ସେହିପରି ଫିଲ୍ମର କଳାକାର ରକୁଲ ପ୍ରୀତ୍‌ ସିଂ ମଧ୍ୟ ଜିମ୍‌ରେ ସମାନ ଷ୍ଟଣ୍ଟ କରି ଏହାର ଫଟୋ ଟ୍ବିଟ୍ଟରରେ ସେୟାର କରିବା ସହିତ ତଳେ ଲେଖିଥିଲେ ‘ବର୍ତ୍ତମାନ ମଧ୍ୟ ଅଜୟଙ୍କ ପରି କରି ପାରୁନାହିଁ’। ଏହି ଫିଲ୍ମଟିର ନିର୍ଦ୍ଦେଶନା ନବାଗତ ନିର୍ଦ୍ଦେଶକ  ଆକିଭ୍‌ ଅଲି ଦେଉଥିବା ବେଳେ ଭୂଷଣ କୁମାର ପ୍ରଯୋଜକ ରହିଛନ୍ତି। ଲବ୍ ରଞ୍ଜନ ଫିଲ୍ମଟିର କାହାଣୀ ଲେଖିଥିବା ବେଳେ ସହ ପ୍ରଯୋଜକ ମଧ୍ୟ ରହିଛନ୍ତି। ଫିଲ୍ମଟି ଆସନ୍ତା ମେ ୧୭ରେ ରିଲିଜ୍‌ ହେବାକୁ ଯାଉଛି।

Categories
ଆଜିର ଖବର

‘ଭୁଜ୍‌–ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ଅଜୟ ଦେବଗନ୍‌

‌’ଉରି- ଦ ସର୍ଜିକାଲ ଷ୍ଟ୍ରାଇକ୍’ ପରେ ଏବେ ଯୁଦ୍ଧ ଉପରେ ଆଧାରିତ ଆଉ ଏକ ବଲିଉଡ୍ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ବଲିଉଡ୍ ଅଭିନେତା ଅଜୟ ଦେବଗନ ଉଇଙ୍ଗ କମାଣ୍ଡରଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ଫିଲ୍ମଟିର ଶୀର୍ଷକ ରହିଛି ‘ଭୁଜ୍- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ଅଭିଷେକ ଦୁଧୈୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଅଜୟ ଦେବଗନ ସ୍କ୍ୱାଡନ ଲିଡର ବିଜୟ କାର୍ଣ୍ଣିକ୍‌ଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ଅଜୟଙ୍କ ବ୍ୟତୀତ ଅଭିନେତା ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ପରିଣିତି ଚୋପ୍ରା ମଧ୍ୟ ନଜର ଆସିବେ।