ଇସ୍ତଫା ସହିତ ଚାଷୀଙ୍କ ସମବେଦନା ହରାଇଛନ୍ତି ହରସିମରତ୍ : ପଞ୍ଜାବ କଂଗ୍ରେସ ମୁଖ୍ୟ

Published: Sep 18, 2020, 1:09 pm IST

ପଞ୍ଜାବ : ନୂତନ କୃଷକ ବିଲକୁ ବିରୋଧ କରି ଖାଦ୍ୟ ପ୍ରକ୍ରିୟା କରଣ ମନ୍ତ୍ରୀ ରହିଥିବା ହରସିମରତ କୌର ବାଦଲ ଇସ୍ତଫା ପ୍ରଦାନ କରିଥିଲେ । ଏହାକୁ ନେଇ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜଖାର । ହରସିମରତ ଇସ୍ତଫା ପ୍ରଦାନ କରିବା ସହିତ ଚାଷୀଙ୍କ ସମବେଦନା ମଧ୍ୟ ହରାଇଛନ୍ତି ବୋଲି ଜଖାର ମତ ଦେଇଛନ୍ତି । ବିଗତ ଚାରି ମାସ ଧରି ଅକାଳୀ ଦଳ ଚାଷୀଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଥିଲା । ମାତ୍ର ଶେଷରେ ସତ ସାମ୍ନାକୁ ଆସିଥିବା ବେଳେ ହାସ୍ୟାସ୍ପ ହୋଇଛି ଅକାଳୀ ଦଳ । ସେହିପରି ଏନଡିଏ ମେଣ୍ଟରେ ଅକାଳୀ ଦଳ ମଧ୍ୟ ନିଜର ସମସ୍ତ ସମ୍ମାନ ହରାଇ ସାରିଛି । ଚାଷୀଙ୍କ ସମର୍ଥନ ବିନା ଅକାଳୀ ଦଳ ଏନଡିଏ ମେଣ୍ଟ ପାଇଁ ବୋଝ ହୋଇଥିବାରୁ ମୋଦି ଅକାଳୀ ଦଳକୁ ମେଣ୍ଟରୁ ବାହାର କରିବାକୁ ଚାହୁଁଥିଲେ ବୋଲି ସୁନୀଲ ଜଖାର କହିଛନ୍ତି । (ଏଜେନ୍ସି)

Related posts