ବିବାହ ପାଲଟିଲା କରୋନା ସଂକ୍ରମଣ ସମାରୋହ  : ସାତ ମୃତ, 177 ସଂକ୍ରମିତ

Published: Sep 18, 2020, 5:03 pm IST

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ନିଜର ରୌଦ୍ର ରୂପ ଦେଖାଇ ଚାଲିଛି । ଦେଶରେ ଲଗାତାର ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହା ମଧ୍ୟରେ ଆମେରିକାର ଏକ ଗ୍ରାମୀଣ କ୍ଷେତ୍ରରେ ଏକ ବିବାହ ସମାରୋହ  କରୋନା ସଂକ୍ରମଣ ସମରୋହ ରୂପେ ପରିବର୍ତ୍ତିତ ହୋଇଛି । ଏହି ବିବାହ ଯୋଗୁଁ 200 ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 177 ଜଣ ଏବେ ବି ସଂକ୍ରମିତ ରହିଛନ୍ତି । ଅଗଷ୍ଟ ମାସର ପ୍ରାରମ୍ଭରେ ଏହି ବିବାହରେ 65 ଜଣ ସାମିଲ୍‌ ହୋଇଥିଲେ ।

ଏହି ବିବାହଟି ଚର୍ଚ୍ଚରେ ଆୟୋଜିତ ହୋଇଥିବାବେଳେ  ବିବାହର ରିସେପସନ୍‌ ସମାରୋହ ବିଗ୍‌ ମୁସ୍‌ଇନ୍‌ ହୋଟେଲରେ ହୋଇଥିଲା । ଏହି ଦୁଇ ସ୍ଥାନ ମିଲିନ୍‌କେଟ ନିକଟରେ ସ୍ଥିତ । ଯାହାର ଜନସଂଖ୍ୟା ମାତ୍ର 4000 । ବିବାହର ଦଶ ଦିନ ପରେ ବିବାହ ସହ ସମ୍ପର୍କିତ ଦୁଇ ଡର୍ଜନର ଅଧିକ ଲୋକଙ୍କର କୋଭିଡ୍‌ ପରୀକ୍ଷା ହୋଇଥିଲା । ପରେ ଏହା ପଛରେ ବିବାହ ସମ୍ପର୍କରେ ଜଣାପଡିଥିଲା । ଏହାପରେ ମାମଲା ସାମ୍ନାକୁ ଆସିଲା । ସିଡିସି ଏହି ମାମଲାର ଯାଞ୍ଚ କରୁଛି । ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିବା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ନିକଟରେ ମଧ୍ୟ ବିହାରର ଏପରି ଏକ ମାମଲା ସାମ୍ନାକୁ ଆସିଥିଲା । (ଏଜେନ୍ସି)

Related posts