ଭୁବନେଶ୍ବର ଜୁଡିସିଆଲ୍‌ କମ୍ପ୍ଲେକ୍ସ କଣ୍ଟେନମେଣ୍ଟ ଜୋନ୍‌

Published: Sep 18, 2020, 5:25 pm IST

ଭୁବନେଶ୍ବର : ଜୁଡିସିଆଲ୍‌ କମ୍ପ୍ଲେକ୍ସ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ଲୁଇସ୍‌ ରୋଡ ଅଞ୍ଚଳସ୍ଥିତ ଜୁଡିସିଆଲ୍‌ କମ୍ପ୍ଲେକ୍ସକୁ କଣ୍ଟେନେମଣ୍ଟ ଜୋନ୍‌ ଘୋଷଣା କରାଯାଇଛି । 19 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳ ଅବରୁଦ୍ଧ କ୍ଷେତ୍ରର ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଦକ୍ଷିଣ ପୂର୍ବ ଜୋନାଲ୍‌ ଡେପୁଟି କମିଶନର ।  ସିଭିଲ୍‌ କୋର୍ଟରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନେଇ ପଦକ୍ଷେପ ନିଆଯାଇଛି । ତେବେ ଏହି କଣ୍ଟେନମେଣ୍ଟରୁ ଉପଜିଲ୍ଲାପାଳ ଅଫିସ୍‌, ତହସିଲ୍‌, ସବ୍‌ରେଜିଷ୍ଟ୍ରାର ଅଫିସ୍‌କୁ ବାଦ୍‌ ରଖାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଯାତାୟତ ଉପରେ ପ୍ରତିବନ୍ଧକ ରଖାଯାଇଛି ।

Related posts