ଆଜି ରାଜଧାନୀ ଭୁବନେଶ୍ବରରୁ 305 ଆକ୍ରାନ୍ତ ଚିହ୍ନଟ, 517 ସୁସ୍ଥ

Published: Sep 18, 2020, 5:51 pm IST

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 305 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 305 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 90 ଜଣ ଥିବାବେଳେ ଲୋକାଲ୍‌ କେସ୍‌ 215ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

Image

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 90 ଜଣଙ୍କ ମଧ୍ୟରେ ୟୁନିଟ୍‌ 6ରୁ 6 ଜଣ ରହିଥିବାବେଳେ ରସୁଲଗଡରୁ 3 ଜଣ, ମଧୁସୂଦନ ନଗରରୁ 2 ଜଣ ଓ ଘରୋଇ ହସ୍ପିଟାଲର 3ଜଣ କର୍ମଚାରୀ ରହିଛନ୍ତି ।

Image

215 ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଆଇଆରସି ଭିଲେଜରୁ 9 ଜଣ, ଘରୋଇ ହସ୍ପିଟାଲର 9 ଜଣ କର୍ମଚାରୀ ରହିଥିବାବେଳେ ଭିଏସଏସ୍‌ ନଗରରୁ 4 ଜଣ ରହିଛନ୍ତି।

Image

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 517 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 17 ହଜାର 925ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 13 ହଜାର 631ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରୁ 68 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ଭୁବନେଶ୍ବରରେ 4 ହଜାର 212ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Related posts