ଓଡ଼ିଶାରେ କୋଭିଡ୍‌ ମୃତ୍ୟୁହାର ସାରା ଦେଶରେ କମ୍‌ ରହିଛି – ଶାଳିନୀ ପଣ୍ଡିତ

Published: Sep 18, 2020, 6:18 pm IST

ଭୁବନେଶ୍ବର : କରୋନା ଅପଡେଟ୍‌ ନେଇ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।ଓଡ଼ିଶାରେ କୋଭିଡ୍‌ ମୃତ୍ୟୁହାର ସାରା ଦେଶରେ କମ୍‌ ରହିଛି । ରାଜ୍ୟର 70 ପ୍ରତିଶତ ଆକ୍ରାନ୍ତ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି । ହୋମ୍‌ ଆଇସୋଲେସନ୍‌ରେ ଥିବା ଅଧିକାଂଶ ଆକ୍ରାନ୍ତ ଆରୋଗ୍ୟ ହେଉଛନ୍ତି । ଆସନ୍ତା 7 ଦିନ ଯାଏ ବିଶେଷଜ୍ଞ ଡାକ୍ତର ସାଢେ 4ଟାରେ ପରାମର୍ଶ ଦେବେ । ହୋମ୍‌ ଆଇସୋଲେସନ୍‌ ସମ୍ପର୍କରେ ପ୍ରଫେସର ଅମରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ଲକ୍ଷଣ ନଥିବା ଓ ଅତି ଅଳ୍ପ ଲକ୍ଷଣ ଥିବା  ଲୋକେ ଘରେ ରହି ଚିକିତ୍ସା ହୋଇପାରିବେ । ହୋମ୍‌ ଆଇସୋଲେସନ୍‌ରେ ଥିବାବେଳେ ଲକ୍ଷଣ ଦେଖିଲେ ଜଣାଇବେ । ହୋମ୍‌ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ମାଗଣାରେ କିଟ୍‌ ଦିଆଯାଉଛି । କିଟ୍‌ ଔଷଧ ସହିତ ଯାବତୀୟ ସୂଚନା ପୁସ୍ତିକା ମଧ୍ୟ ମିଳୁଛି ବୋଲଇ ସୂଚନା ରହିଛି ।

Related posts