ଅକ୍ଟୋବର 12ରୁ 19 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ

Published: Sep 18, 2020, 6:36 pm IST

ଭୁବନେଶ୍ବର : ଅକ୍ଟୋବର 12ରୁ 19 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଜେଇଇ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ । ଓଜେଇଇର ସବୁ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ହେବ । ମୋଟ୍‌ 53ଟି ସେଣ୍ଟରରେ ହେବ ଓଜେଇଇ ପରୀକ୍ଷା । ରାଜ୍ୟ ଭିତରେ 21ଟି ସହରର 50ଟି କେନ୍ଦ୍ରରେ ପରୀକ୍ଷା ହେବ । ରାଜ୍ୟ ବାହାରେ ରାଞ୍ଚି, କୋଲକାତା, ପାଟ୍‌ନାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।  ପୂର୍ବରୁ ସେପ୍ଟେମ୍ବର 9ରୁ 15 ତାରିଖ ଯାଏଁ ପରୀକ୍ଷା ହେବାର ଥିଲା ।

Related posts