ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ ନେଇ କଣ କହିଲା ବିଜେଡି ଜାଣନ୍ତୁ

Published: Sep 18, 2020, 9:51 pm IST

ଭୁବନେଶ୍ବର, ଆଜି ସିସୋର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ଏଥିରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଠିକ୍ ନିର୍ବାଚନ ପୂର୍ବରୁ ସିବିଆଇ ଚଢାଉ କରୁଛି। ବିଗତ ଦିନରେ ଦେଖାଦେଇଛି ଯେ, ସାଧାରଣ ନିର୍ବାଚନ, ଉପନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିବିଆଇ ଏହି ଚଢାଉ କରୁଛି। ତେବେ ଓଡିଶାର ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ସିବିଆଇ ନିର୍ବାଚନ ପୂର୍ବରୁ କାହିଁକି ଏପରି ତତ୍ପରତା ପ୍ରକାଶ କରୁଛି। ସିବିଆଇର ଏପରି କାର୍ଯ୍ୟକଳାପ ଓଡିଶାର ଲୋକେ ଜାଣିସାରିଲେଣି ବୋଲି ଲେନିନ ମହାନ୍ତି କହିଛନ୍ତି।

Related posts