Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ସମ୍ମାନ ନିମନ୍ତେ ତୃତୀୟ ପର୍ଯ୍ୟାୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ
ଆଜିର ଖବର

ପ୍ରଧାନମନ୍ତ୍ରୀ ସମ୍ମାନ ନିମନ୍ତେ ତୃତୀୟ ପର୍ଯ୍ୟାୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ

September 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଭାରତ ସରକାରଙ୍କ ଦ୍ୱାରା ସାଧାରଣ ପ୍ରଶାସନରେ ଉତ୍କର୍ଷତାରେ ପ୍ରଧାନମନ୍ତ୍ରୀ ସମ୍ମାନ ପାଇବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଶେଷ ତଥା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଜଗତସିଂହପୁର ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଇ-ଅଫିସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରି ସାରା ଦେଶରେ ସଫଳତା ଲାଭ କରିଛି।

ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଥିବାରୁ ସାରା ଦେଶରେ ବିଭିନ୍ନ ଜିଲ୍ଲା ପ୍ରଶାସନ ପ୍ରଗତି ଦିଗରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଏନ୍.ଆଇ.ସି.ଭି.ସି ରୁମ୍ ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ପ୍ୟାନେଲ କମିଟି ଜିଲ୍ଲାପାଳଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଇ-ଅଫିସ୍ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କରି ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ରକ୍ଷା ସହିତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ।

ପ୍ରଥମରୁ ଜିଲ୍ଲାରେ ଇ-ଅଫିସ୍ ବ୍ୟବସ୍ଥାର ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଦପ୍ତରରୁ ଆରମ୍ଭ ହୋଇ ସମସ୍ତ ବ୍ଲକ, ତହସିଲ୍ ଆର୍.ଆଇ ଅଫିସ୍ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରିଛି। କରୋନା ମହାମାରୀ କଟକଣା ,ଅମ୍ପାନ୍ ବାତ୍ୟା, ଚଳିତ ବନ୍ୟା ପରିସ୍ଥିତି ସତ୍ତ୍ୱେ ଜଗତସିଂହପୁର ଜିଲ୍ଲାରେ ସରକାରୀ କାର୍ଯ୍ୟ ବ୍ୟାହତ ହୋଇନାହିଁ। ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ଜିଲ୍ଲାପାଳଙ୍କ ଉପସ୍ଥାପନାକୁ ପ୍ୟାନେଲ୍ ଭୂୟସୀ ପ୍ରଶଂସା କରିଛନ୍ତି। ଭାରତ ସରକାରଙ୍କ ଜାତୀୟ ସୂଚନା ଓ ପ୍ରଯୁକ୍ତି ସଂସ୍ଥାର ନିର୍ଦ୍ଦେଶକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଇ-ଅଫିସ୍ କାର୍ଯ୍ୟକାରୀତାର ଭୂୟସୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ସମ୍ମାନ ଦୌଡରେ ତୃତୀୟ ପର୍ଯ୍ୟାୟକୁ ଜଗତସିଂହପୁର ଜିଲ୍ଲା ମନୋନୀତ ହୋଇଛି। ଶୁକ୍ରବାରର ଏହି ସାକ୍ଷାତକାର ପରେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ଶ୍ରେଷ୍ଠ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ କୋଭିଡ୍-୧୯ ପରିଚାଳନା ଏବଂ ଉତ୍ତମ ପ୍ରଶାସନ ପାଇଁ ଜଗତସିଂହପୁର ଜିଲ୍ଲାକୁ ସମ୍ମାନଜନକ ସ୍କଚ୍ ଆୱାର୍ଡ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଶ୍ରୀ ମହାପାତ୍ର ଓଡିଶା ସରକାରଙ୍କ ୫ଟି ବ୍ୟବସ୍ଥାକୁ ଜିଲ୍ଲା ସ୍ତରରେ ବାସ୍ତବତାରେ ପରିଣତ କରିଛନ୍ତି। ୨୩୮୭ଟି ଫାଇଲକୁ ସର୍ବାଧିକ ମାତ୍ର ୧୦ଘଣ୍ଟା ମଧ୍ୟରେ ଅନୁଧ୍ୟାନ କରି ଜିଲ୍ଲାପାଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ଏହି ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା, ଓ.ଏସ୍.ଡି ଡଃ ଶଶାଙ୍କ ଶେଖର ଲେଙ୍କା, ଏ.ଡି.ଆଇ.ଓ ସୁଜିତ କୁମାର ବିଶ୍ବାଳ, ତିର୍ତ୍ତୋଲ ଅତିରିକ୍ତ ବିଡିଓ ସତ୍ୟଜିତ ଦାସ, ବାଲିକୁଦା ତହସିଲଦାର ସିଦ୍ଧାର୍ଥ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 13, 2026

ଥିରୁବନନ୍ତପୁରମ ନଗର ନିଗମ ଉପନିର୍ବାଚନରେ ବିଜେପି ପରାସ୍ତ, ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ!

January 13, 2026

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

January 13, 2026

ଗୌତମ ଗମ୍ଭୀରଙ୍କ ଉପରେ ପକ୍ଷପାତିତା ଅଭିଯୋଗ: ଆୟୁଷ ବଦୋନିଙ୍କ ଚୟନକୁ ନେଇ ପ୍ରଶ୍ନ

January 13, 2026
Latest News

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 13, 2026

ଥିରୁବନନ୍ତପୁରମ ନଗର ନିଗମ ଉପନିର୍ବାଚନରେ ବିଜେପି ପରାସ୍ତ, ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ!

January 13, 2026

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

January 13, 2026

ଗୌତମ ଗମ୍ଭୀରଙ୍କ ଉପରେ ପକ୍ଷପାତିତା ଅଭିଯୋଗ: ଆୟୁଷ ବଦୋନିଙ୍କ ଚୟନକୁ ନେଇ ପ୍ରଶ୍ନ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.