ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ସାମୂହିକ ଆତ୍ମହତ୍ୟା 

Published: Sep 19, 2020, 12:39 pm IST

ଜୟପୁର : ରାଜସ୍ଥାନ ରାଜଧାନୀ ଜୟପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜୟପୁରରୁ କନୋତା ଥାନା ଅଞ୍ଚଳର ଜାମଡୋଲୀରେ ଏକ ପରିବାରର 4 ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଘରେ ମାତା ପିତାଙ୍କସମେତ ଦୁଇ ସନ୍ତାନ ଏକାସାଙ୍ଗରେ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରାଥମିକ ଅନୁସନ୍ଧାନରୁ ଋଣ ପାଇଁ ଏହି ଆତ୍ମହତ୍ୟା ଘଟିଥିବାର ସୂଚନା ରହିଛି । ତେବେ ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି । ଆତ୍ମହତ୍ୟା କରିଥିବା ପରିବାର ଅଳଙ୍କାର ବ୍ୟବସାୟ ସହ ଜଡିତ ଥିବାର ସୂଚନା ରହିଛି । ପୋଲିସ୍‌ର ସୂଚନା ଅନୁସାରେ ପରିବାର ଉପରେ ଋଣର ଭାର ଅଧିକ ରହିଥିଲା । ଋଣ ମାଫିଆ ପରିବାରକୁ ହଇରାଣ କରୁଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ଋଣ ମାଫିଆଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚୁରା ଜାରି ରଖିଛି । (ଏଜେନ୍ସି)

Related posts