ମହିଳା ପୁଲିସ ଇନସ୍ପେକ୍ଟରଙ୍କୁ ନିର୍ଯାତନା

Published: Sep 19, 2020, 1:04 pm IST

ରାଉରକେଲା: ସାଧାରଣତଃ ଆମେ ନିର୍ଯାତନା ହେଲେ ପୋଲିସ୍‌ର ସାହାଯ୍ୟ ନେଉ। କିନ୍ତୁ ଏଠାରେ ପୋଲିସ୍‌ ନିର୍ଯାତିତ ହେଉଛି । ରାଉରକେଲାଠାରେ ଜଣେ ମହିଳା ପୋଲିସ୍‌ ଇନ୍ସପେ୍କଟରଙ୍କୁ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ବୀରମିତ୍ରପୁର ଥାନା ଆଇଆଇସି ନିଜ ସ୍ୱାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଶାରୀରିକ, ମାନସିକ ନିର୍ଯାତନା ସହ ହତ୍ୟା ଉଦ୍ୟମ ଭଳି ସମ୍ପୃକ୍ତ ଆଇଆଇସି ଅଭିଯୋଗ କରିଛନ୍ତି । ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ତାଙ୍କ ସ୍ୱାମୀଙ୍କ ବିରୋଧରେ  ସେ ଏଭଳି ଅଭିଯୋଗ ଆଣିଛନ୍ତି।  ଏନେଇ ରଘୁନାଥପାଲି ଥାନାରେ ଏତଲା ପରେ ପୁଲିସ ମାମଲା ରୁଜୁ କରିଛି ।  ଦଫା 498 ଓ 307 ଦଫାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।

Related posts