ଆଇଏନଏସ୍‌ ଚିଲିକାରେ ଅନ୍ତର୍ଜାତୀୟ ତଟ ସଫା ଦିବସ ପାଳନ

Published: Sep 19, 2020, 1:49 pm IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ :  ଆଇଏନଏସ୍‌ ଚିଲିକାରେ ପ୍ଲାଷ୍ଟିକ୍‌ ଓ ଜୈବିକ ବ୍ୟର୍ଜବସ୍ତୁର ମୁକ୍ତ ମିଶନ ନେଇ ଅନ୍ତର୍ଜାତୀୟ ତଟ ସଫା ଦିବସ ପାଳନ କରାଯାଇଛି । ସ୍ଥାନୀୟ ଅଧିବାସୀ ଏବଂ ପ୍ରଶିକ୍ଷଣ ନେଉଥିବା ନୌସେନା ଯବାନ ଦ୍ୱାରା  ମିଶନ କୋଭିଡ୍‌ -19ର ସମସ୍ତ ସତର୍କତା  ସହ ଚିଲିକା କୂଳରେ ଆୟୋଜନ କରାଯାଇଥିଲା ବର୍ଜ୍ୟବସ୍ତୁର ସଫେଇ କାର୍ଯ୍ୟକ୍ରମ । ପ୍ରତ୍ୟେକ ବିଭାଗ ଦ୍ବାରା ମଧ୍ୟ ସାମୁଦ୍ରିକ ପରିବେଶ ସୁରକ୍ଷା ସମ୍ବନ୍ଧରେ ଶିକ୍ଷାଗତ କାର୍ଯ୍ୟକ୍ରମର ଆୟୋଜଜନ କରାଯାଇଥିଲା । ପ୍ରଶିକ୍ଷାର୍ଥୀ ମାନେ ମଧ୍ୟ କୂଳ ଆଗରେ ଓ କାଳିଜାଇ ଦ୍ବୀପରେ ସେମାନଙ୍କର ଯୋଗଦାନ କରିଥିଲେ । ମହିଳା କଲ୍ୟାଣ ସଂସ୍ଥା ଚିଲିକା ଦ୍ବାରା ଅନ୍‌ଲାଇନ୍‌ ଚିତ୍ର ଓ ପୋଷ୍ଟର ପ୍ରତିଯୋଗିତା ମାଧ୍ୟମରେ ଯୁବ ମନରେ ନିଆ ଲଗାଇ ସମୁଦ୍ର ଓ  ତଟ ରକ୍ଷା ଆମର ଜୀବନ ରକ୍ଷାର କାର୍ଯ୍ୟକ୍ରମ କରିଥିଲେ ।

Related posts