କୋଭିଡ୍‌ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି 802 କୋଟି

Published: Sep 19, 2020, 2:22 pm IST

ନୂଆଦିଲ୍ଲୀ: ସାରା ଭାରତରେ ଏବେ କୋଭିଡ୍‌ ସ୍ଥିତି ଅଣାୟତ୍ତ । ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି । ଓଡ଼ିଶାରେ ସ୍ଥିତି ମଧ୍ୟ ବେଶ୍‌ ସଙ୍ଗୀନ ରହିଛି । ତେବେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ 802 କୋଟି ଟଙ୍କା ମିଳିଛି । ଏସଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଛି । ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଲିଖିତ ଉତ୍ତର ଦେଇଛନ୍ତି । ଏହି ଅବସରରେ ଶ୍ରୀ ଠାକୁର ଅଗଷ୍ଟ 31 ତାରିଖ ସୁଦ୍ଧା ଦିଆଯାଇଥିବା ଅନୁଦାନର ତଥ୍ୟ ଦେଇଛନ୍ତି ।

କରୋନା ମହାମାରୀ ପାଇଁ ଓଡ଼ିଶାକୁ 802 କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ମହାରାଷ୍ଟ୍ରକୁ ସର୍ବାଧିକ 1611 କୋଟିର ଅନୁଦାନ ମିଳିଛି ବୋଲି ଅନୁରାଗ ଠାକୁର୍‌ ସୂଚନା ଦେଇଛନ୍ତି । ସେହିପରି ଉତ୍ତରପ୍ରଦେଶକୁ 966କୋଟି ଟଙ୍କା ମିଳିଥିବାବେଳେ ମଧ୍ୟପ୍ରଦେଶକୁ 910 କୋଟି ମିଳିଛି । ସେହିପରି କର୍ଣ୍ଣାଟକ 791 କୋଟି, ରାଜସ୍ଥାନକୁ  740 କୋଟି ଓ ବିହାରକୁ 708 କୋଟି ଟଙ୍କା ପ୍ରଦାନ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନାରୁ ପ୍ରକାଶ ।

Related posts