ଜମ୍ମୁକାଶ୍ମୀର ପାଇଁ 1350 କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା

Published: Sep 19, 2020, 4:05 pm IST

ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଜମ୍ମୁ କାଶ୍ମୀର ପାଇଁ 1350 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା ପାଇଁ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ରାଜ୍ୟର ବ୍ୟବସାୟୀଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରିଛନ୍ତି । ବ୍ୟବସାୟୀମାନଙ୍କ କାରବାରକୁ ସୁଗମ କରିବା ପାଇଁ ଏହା ଆତ୍ମନିର୍ଭର ଭାରତର ଏବଂ ଆମେ ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲ୍ ଉପରେ 50 ପ୍ରତିଶତ ଛାଡ ନେଇ ଉପରାଜ୍ୟପାଳ ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍ ଏବଂ ଜଳ ବିଲରେ 50 ପ୍ରତିଶତ ରିଆତି ଦିଆଯିବ। ଋଣ ନେଇଥିବା ସମସ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟିରେ ଛାଡକୁ ମାର୍ଚ୍ଚ 2021 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭଲ ମୂଲ୍ୟ ନିର୍ଦ୍ଧାରଣ ପରିଶୋଧ ବିକଳ୍ପ ସହିତ ପର୍ଯ୍ୟଟନ କ୍ଷେତ୍ରର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଜାମ୍ମୁ କାଶ୍ମୀର ବ୍ୟାଙ୍କ ଦ୍ୱାରା ଏକ କଷ୍ଟମ୍ ସ୍ୱାସ୍ଥ୍ୟ-ପର୍ଯ୍ୟଟନ ଯୋଜନା ସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି ଉପରାଜ୍ୟପାଳ ।

Related posts