ଚାରି ଫୁଟ୍‌ ମୂର୍ତ୍ତି ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସିପି :  ଯିଏ ନିର୍ଦ୍ଦେଶ ଗ୍ରହଣ କରିବେନି, ହାଇକୋର୍ଟ ଯିବେ

Published: Sep 19, 2020, 5:24 pm IST

ଭୁବନେଶ୍ୱର:  ମୂର୍ତ୍ତିର ଉଚ୍ଚତାକୁ ନେଇ ଚାଲିଥିବା ବିବାଦ ପ୍ରସଙ୍ଗରେ ପୋଲିସ କମିଶନର ପ୍ରତିକ୍ରିୟା ଦେଇଛନ୍ତି । ଆବେଦନ ଉପରେ ନିଷ୍ପତ୍ତି ନେବାକୁ କୋର୍ଟ କମିଶନରଙ୍କୁ ଦାୟିତ୍ୱ ଦେଇଥିଲେ । ଉଭୟ ପକ୍ଷର ତଥ୍ୟ ଦେଖି ପୋଲିସ କମିଶନର ନିଷ୍ପତ୍ତି ନେଇଛନ୍ତି । ପୂଜା ସଂପର୍କରେ ଯାହା ନିଷ୍ପତ୍ତି ଦେବା କଥା ସେ ଦେଇସାରିଛନ୍ତି ବୋଲି କହିଛନ୍ତି କମିଶନର । ତେଣୁ  ତାଙ୍କ ନିର୍ଦ୍ଦେଶକୁ ଯିଏ ଗ୍ରହଣ ନ କରିବେ, ସେମାନେ ହାଇକୋର୍ଟ ଯିବେ । ତା ପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ସର୍ବମାନ୍ୟ ହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ପୂଜାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ପୂଜା ଗାଇଡଲାଇନ୍‌ ଜାରି ହୋଇଥିଲା । ଏହି ଗାଇଡଲାଇନ୍‌ ଅନୁଯାୟୀ ମୂର୍ତ୍ତିର ଉଚ୍ଚତାକୁ 4 ଫୁଟ୍‌ ରଖିବା ସହ ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ ରହିବା ପାଇଁ ନିୟମ ରହିଛି । ଏହି ନିୟମକୁ ବିରୋଧ କରି କିଛି ପୂଜା କମିଟି ହାଇକୋର୍ଟରେ ଆବେଦନ ମଧ୍ୟ କରିଥିଲେ ।

Related posts