ହୋମ୍‌ ଆଇସୋଲେସନ୍‌ରେ ରହିପାରିବେନି ଦୂରାରୋଗ୍ୟ ପୀଡ଼ିତ  

Published: Sep 19, 2020, 5:35 pm IST

ଭୁବନେଶ୍ବର :  ଦୂରାରୋଗ୍ୟ ପୀଡ଼ିତଙ୍କୁ ହୋମ ଆଇସୋଲେସନରେ ରହିପାରିବେନି ବୋଲି ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । କରୋନା ଚିକିତ୍ସା ନେଇ ଡାକ୍ତର ପଣ୍ଡା ଆଜି ଏହି ସୂଚନା ଦେଇଛନ୍ତି । ସେହିପରି ଗର୍ଭବତୀ, ଶିଶୁମାନେ ଯଦି ଆକ୍ରାନ୍ତ ହେଉଛନ୍ତି ତେବେ ସେମାନେ ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ରହନ୍ତୁନି । ସେମାନେ ହୋମ୍ ଆଇସୋଲେସନ୍‌ରେ ନ ରହି କୋଭିଡ୍‌ ହସ୍ପିଟାଲରେ ରହିବେ ।

ସେହିପରି ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତମାନେ ମାସ୍କ, ଗ୍ଲୋଭସ୍‌ ପିନ୍ଧିବେ । ତାଙ୍କ ଯତ୍ନ ନେଉଥିବା ଲୋକମାନେ ମଧ୍ୟ କମ୍‌ ସମୟ ତାଙ୍କ ସଂସ୍ପର୍ଶରେ ଆସିବା ଉଚିତ୍‌ ବୋଲି କହିଛନ୍ତି ଡାକ୍ତର ପଣ୍ଡା । ସେହିପରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେମିତି ଶିଶୁ, ବୟସ୍କ ନଆସିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ଅନ୍ୟ ରୋଗ ପାଇଁ ଔଷଧ ଖାଉଥିବା ରୋଗୀ ପୂର୍ବ ଔଷଧ ଖାଇପାରିବେ । ନିୟମିତ ଔଷଧ ଖାଇ 17 ଦିନ ଆଇସୋଲେସନରେ ରହିଲେ ସୁସ୍ଥ ହୋଇପାରିବେ  ବୋଲି ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

Related posts