ଆରୋଗ୍ୟ ହେବା ପରେ ବି ପୁନର୍ବାର ହୋଇପାରେ ସଂକ୍ରମଣ

Published: Sep 19, 2020, 5:43 pm IST

ଭୁବନେଶ୍ବର :  କରୋନା ଲକ୍ଷଣ ନେଇ ଡାକ୍ତର ପ୍ରଜ୍ଞାନ ରାଉତରାୟ ସୂଚନା ଦେଇ କହିଛନ୍ତି ଯେ,   କରୋନାରୁ ଥରେ ଆରୋଗ୍ୟ ହେବା ପରେ ବି ପୁଣି ସଂକ୍ରମଣ ହୋଇପାରେ ।ଏଥିପାଇଁ ଯଥାସମ୍ଭବ ସତର୍କ ରହିବା ନିତାନ୍ତ ଆବଶ୍ୟକ । ଯାହା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବେଶୀ ଥିବ, ଲକ୍ଷଣ ପ୍ରକାଶ ପାଇବନି । ଯାହାର ଅନ୍ୟ କିଛି ରୋଗ ଥିବ, ସେମାନଙ୍କଠାରେ ଲକ୍ଷଣ ଦେଖାଯିବ । ରୋଗାକ୍ରାନ୍ତ ଓ ସ୍ବାସ୍ଥ୍ୟ କର୍ମୀଙ୍କ ସାମାନ୍ୟ ଲକ୍ଷଣ ଦେଖାଗଲା ଟେଷ୍ଟ ଜରୁରୀ ବୋଲି କହିଛନ୍ତି ଡାକ୍ତର ରାଉତରାୟ। ଅନ୍ୟମାନଙ୍କର ଯଦି ସାମାନ୍ୟ ଲକ୍ଷଣ ଥିବ, କ୍ବାରେଣ୍ଟିନ୍‌ରେ ରହି ଚିକିତ୍ସା କରିହେବ  ।

ସେହିପରି ହୋମ୍‌ ଆଇସୋଲେସନ୍‌ଣେ ରହୁଥିବା ଆକ୍ରାନ୍ତ ମାସ୍କ ପିନ୍ଧି ଜରୁରୀ ବୋଲି କହିଛନ୍ତି ଡାକ୍ତର ରାଉତରାୟ । ନିଜ ଲୁଗାପଟା, ବାସନ ନିୟମିତ ସାବୁନ ପାଣିରେ ଧୋଇବା ଦରକାର । ନଚେତ୍‌ ନିଜ ପାଖରେ ଥିବା ଭାଇରସ୍‌ ପରିବାର ଲୋକଙ୍କୁ ବ୍ୟାପିବ । ସେହିପରି ଯାହାର ରୋଗପ୍ରତିରୋଧକ ଶକ୍ତି ନଥିବ, ତାକୁ ଆଉ ଥରେ ସଂକ୍ରମଣ ହୋଇପାରେ । ଆଉ ଥରେସଂକ୍ରମିତ ନ ହେବା ପାଇଁ ନିଜେ ଅତ୍ୟନ୍ତ ସତର୍କ ରହିବା ଜରୁରୀ । କରୋନାରୁ ସୁସ୍ଥ ହେଉଥିବା ଲୋକ ଅତ୍ୟନ୍ତ ଦୁର୍ବଳ ହୋଇଯାଉଛନ୍ତି । ପୁଣି ଥରେ ଅନ୍ୟ କିଛି ଭାଇରାଲ୍‌ ରୋଗ ଆକ୍ରାନ୍ତ ହେବା ସମ୍ଭାବନା ରହିଛି । ଏହି ସମୟରେ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇ ନିଜ ଶରୀରକୁ ସୁସ୍ଥ ରଖିବା ନିହାତି ଜରୁରୀ  ବୋଲି କହିଛନ୍ତ ଡାକ୍ତର ପ୍ରଜ୍ଞାନ ରାଉତରାୟ ।

Related posts